banner
Breaking

ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ! ଶୀର୍ଷରେ ପୁଣେ,୧୮ ତମ ସ୍ଥାନରେ ଭୁବନେଶ୍ୱର

0

ନୂଆଦିଲ୍ଲୀ:ଭାରତରେ ରହିବା ପାଇଁ ସବୁଠୁ ଭଲ ସ୍ଥାନର ତାଲିକା ସୋମବାର ଜାରି କରାଯାଇଛି।କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି ।ସବୁଠୁ ଭଲ ସହର ରୂପେ ଶୀର୍ଷରେ ରହିଛି ପୁଣେ।ଦ୍ୱିତୀୟରେ ନେଭୀ ମୁମ୍ବାଇ, ତୃତୀୟରେ ଗ୍ରେଟର ନଇଡା, ଚତୁର୍ଥରେ ତିରୁପତି, ପଞ୍ଚମରେ ଚଣ୍ଡିଗଡ, ଷଷ୍ଠରେ ଥାଣେ, ସପ୍ତମରେ ରାୟପୁର, ଅଷ୍ଟମରେ ଇନ୍ଦୋର, ନବମରେ ବିଜୟୱାଡା ଏବଂ ଦଶମ ସ୍ଥାନରେ ରହିଛି ଭୋପାଲ । ତେବେ ଓଡିଶାକୁ ମିଳିଛି ୧୮ତମ ସ୍ଥାନ । ଓଡିଶାର ରାଜଧାନୀ ଭୁବନେଶ୍ୱର ଦେଶର ୧୧୧ ଟି ଉତ୍ତମ ସହର ମଧ୍ୟରେ ୧୮ ତମ ସ୍ଥାନରେ ରହିଥିବାବେଳେ ରାଉରକେଲାକୁ ମିଳିଛି ୮୭ତମ ସ୍ଥାନ ।ସହରର ଜନସଂଖ୍ୟାକୁ ମଧ୍ୟ ୪ଟି ଭାଗରେ ବିଭାଜନ କରି ସର୍ଭେ କରାଯାଇଥିଲା । ୪ ମିଲିୟନ, ୧ରୁ ୫ ମିଲିୟନ, ୦.୫ ମିଲିୟନରୁ ୧ ମିଲିୟନ ଏବଂ ୦.୫ ମିଲିୟନ ସଂଖ୍ୟକ ଜନସଂଖ୍ୟା ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.