banner
Breaking

ଚଳିତବର୍ଷ ନଦୀ ଘାଟରେ ହେବନାହିଁ ଛଟ୍ ପୂଜା।

0

ଭୁବନେଶ୍ବର,୧୬।୧୧(ବ୍ୟୁରୋ)- ଚଳିତ ବର୍ଷ ନଦୀ ଘାଟରେ ହେବ ନାହିଁ ଛଟ୍‌ ପୂଜା। କରୋନା କାଳରେ ନଦୀ ଘାଟରେ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୦ ଓ ୨୧ତାରିଖରେ ଛଟ୍‌ ପୂଜା ସମାରୋହ ପାଳନ ଓ ନଦୀରେ ସମୂହ ବୁଡ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଘରେ ରହି ପୂଜାର୍ଚ୍ଚନା କରିବା ନିମନ୍ତେ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ କୁହାଯାଇଛି। କଟକଣା ଉଲ୍ଲଘଂନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.