banner
Breaking

ପଦ ଓ ଗୋପନୀୟତାର ଶପଥ ନେଲେ ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ,୨୫ ।୭: ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ସୋମବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନଭି ରମନା ରାଷ୍ଟ୍ରପତିଙ୍କୁ ପଦ ଓ ଗାପନୀୟତାର ଶପଥ ପାଠ କରାଇଛନ୍ତି । ଦ୍ରୌପଦୀ ମୁର୍ମୁ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ଦେଶର ସର୍ବୋଚ୍ଚ ସାମ୍ବିଧାନକ ପଦରେ ବସିବାରେ ସେ ପ୍ରଥମ ଆଦିବାସୀ ମହିଳା ଓ ସ୍ୱାଧିନ ଭାରତରେ ଜନ୍ମ ନେଇଥିବା ପ୍ରଥମ ରାଷ୍ଟ୍ରପତି । ଏହାସହ ସେ ସର୍ବ କନିଷ୍ଠ ରାଷ୍ଟ୍ରପତି ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦର ଶପଥ ନେବା ପରେ ନିଜର ପ୍ରଥମ ଔପଚାରିକ ଅଭିଭାଷଣରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବୋଧନ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ କରୋନା, ଡିଜିଟାଲ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇଥିଲେ ।
ଦ୍ରøପଦୀ ମୁର୍ମୁ ରାଷ୍ଟ୍ରପତି ପଦର ଶପଥ ନେବା ପରେ ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କର ପ୍ରଥମ ଔପଚାରିକ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିବା, ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ । ଏହା ଦେଶର ପ୍ରତିଟି ଗରିବଙ୍କ ଉପଲବ୍ଧି । ମୁଁ ଦେଶର ଏମିତି ପ୍ରଥମ ରାଷ୍ଟ୍ରପତି ଯାହାର ଜନ୍ମ ସ୍ୱାଧିନ ଭାରତରେ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧିନତା ସଂଗ୍ରମାମରେ ଆଦିବାସୀଙ୍କ ଯୋଗଦାନର ପ୍ରଶଂସା କରି କହିଛନ୍ତି, ସାନ୍ତାଳ କ୍ରାନ୍ତି, ପାଇକ କ୍ରାନ୍ତିଠାରୁ ନେଇ କୋଇଲା କ୍ରାନ୍ତି ସ୍ୱାଧିନତା ସଂଗ୍ରାମରେ ଆଦିବାସୀଙ୍କ ଯୋଗଦାନକୁ ଆହୁରି ଶସକ୍ତ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.