banner
Breaking

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରା୍ଷ୍ଟ୍ରପତି

0

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ୧୧ମାସ ପରେ ସେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଥିବାରୁ ଜିଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତିରେ ଲାଗିପଡ଼ିଛି। ରାଇରଙ୍ଗପୁରସ୍ଥିତ ବାସଭବନ, ଶାଶୁଘର ଗଁ। ପାହାଡ଼ପୁର, ଶିମିଳିପାଳ ଅଭୟାରଣ୍ୟ ଓ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ୯ ତାରିଖରେ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ବୋଲି ପୂର୍ବରୁ ସ୍ଥିର ହୋଇଥିବା ବେଳେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.