ରାଷ୍ଟ୍ରପତିଙ୍କ ଓଡିଶା ଆସିବା ନେଇ କଡ଼ା ସୁରକ୍ଷା

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨୦୦ ରୁ ଅଧିକ ଅଫିସ ନିୟୋଜିତ ହେବେ। ଏଥିସହ ସାଧା ପୋଷାକଧାରୀ ପୋଲିସ ଏବଂ ରୁଫଟପ୍‌ ସୁରକ୍ଷାକର୍ମୀ ମୁତୟନ ହେବେ। ଗୁରୁବାର କମିଶନରେଟ୍‌ ପୋଲିସ କାରକେଡ ରହିର୍ସାଲ କରିବ।

ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୧ରେ ଲିଙ୍ଗରାଜଙ୍କ ଦର୍ଶନ କରି କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦ୍‌ଘାଟନ କରିବେ।