banner
Breaking

ସମାଜସେବୀ ପ୍ରତାପ ସାହୁ ଗୁରୁତର।

0

ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଜଣାଶୁଣା ବିଶିଷ୍ଟ ସମାଜସେବୀ ପ୍ରତାପ ସାହୁ ଗୁରୁତର । ମହାବାତ୍ୟା ଫନୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ୨୪ ଘଣ୍ଟା ଲୋକଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ସହଯୋଗର ହାତ ବଢାଇଥିବା ଓ ମହାମାରୀ କରୋନା ସମୟରେ ଦୀଘ ୭ ମାସ ଧରି ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନମାନଙ୍କରେ ସାନିଟାଇଜ କରିବା ସହିତ ଗରିବ, ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିବା ପ୍ରତାପ ସାହୁ ଗତ ୧୫ ଦିନ ତଳେ ହଠାତ୍ ଅୁସୁସ୍ଥ ହୋଇପଡ଼ିଥିଲେ । ସେ ତୁରନ୍ତ ରକ୍ତ ପରୀକ୍ଷା କରିବାରୁ ତାଙ୍କୁ ଟାଏଫଏଡ଼ ହୋଇଛି ବୋଲି ଜଣାପଡ଼ିଥିଲା । ଏହା ପରେ ସେ ଔଷଧ ଖାଇ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ପୁଣି ଅସୁସ୍ଥ ଅନୁଭବ କରିଥିଲେ । ପୁଣିଥରେ ରକ୍ତ ପରୀକ୍ଷା କରିବାରୁ ତାଙ୍କ ଲିଭର ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସମାଜସେବୀମାନଙ୍କ ଡ଼ାକ୍ତର ଶେଫାଳୀ ମଲ୍ଲିକଙ୍କ ପରାମର୍ଶ କ୍ରମେ ସେ ବର୍ତ୍ତମାନ ଦୁଇମାସ ପର୍ଯ୍ୟନ୍ତ ଔଷଧ ଖାଇ ବିଶ୍ରାମ ନେବାକୁ କୁହାଯାଇଛି । ଏବେ ଶ୍ରୀଯୁକ୍ତ ସାହୁ ନିଜ ଗାଁ ମହାଙ୍ଗାର ମଣିଜୋରିରେ ବାପା ମାଆଙ୍କ ପାଖରେ ରହି ବିଶ୍ରାମ ନେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି, ମହାବାରୀ କରୋନା ସମୟରେ ଦୀର୍ଘଦିନ ଧରି ଖିଆପିଆ ଠିକ୍ ନରହିବା ଓ କ୍ରମାଗତ ଭାବେ ସାନିଟାଇଜ କରିବା ଫଳରେ ଏହାର ପ୍ରଭାବ ତାଙ୍କ ଲିଭରରେ ପଡ଼ିଥିଲା ।
ଓଡ଼ିଆ ନ୍ୟୁଜର ସମ୍ପାଦକ ସୁକାନ୍ତ ରାଉତ ଶ୍ରୀଯୁକ୍ତ ସାହୁଙ୍କ ଆଶୁ ଆରୋଗ୍ୟ କମନା କରିବା ସହିତ ଦୀର୍ଘାୟୁ କାମନା କରି ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.