banner
Breaking

ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କ ପରାମର୍ଶ।

0

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟ ‘ୟାସ୍‌’ର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶୂନ୍ୟ ମୃତାହତ ଉପରେ ମନ୍ତ୍ରୀ ଜେନା ଗୁରୁତ୍ୱ ଆରୋପ କରି ଆଗୁଆ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ବାତ୍ୟା ପୂର୍ବରୁ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ଶୁଖିଲା ଖାଦ୍ୟ, ରିଲିଫ୍‌ ସାମଗ୍ରୀ, ପାନୀୟ ଜଳ ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ଯେପରି ପାନୀୟ ଜଳ ଯୋଗାଣରେ କୌଣସି ଅସୁବିଧା ନ ହୁଏ ସେନେଇ ମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ସମସ୍ତ ସରକାରୀ ପଦାଧିକାରୀ, ଲୋକପ୍ରତିନିଧି ତଥା ଜନସାଧାରଣ ନିଜନିଜ ମଧ୍ୟରେ ସହଯୋଗ ରକ୍ଷା କରି ବାତ୍ୟାର ମୁକାବିଲା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.