banner
Breaking

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ପ୍ରଶାନ୍ତି ବିହାର କମୁନିଟି ସେଣ୍ଟର ଠାରେ ୧ ନମ୍ବର ଓ୍ବାର୍ଡର କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୬୦ରୁ ଉର୍ଦ୍ଧ ଲୋକ ମାଗଣାରେ ଆଖି ପରୀକ୍ଷା କରାଇଥିଲେ । ଏଲ୍ ବି ପ୍ରସାଦ ଆଇ ହସ୍ପିଟାଲର ଅଭିଜ୍ଞ ଡାକ୍ତର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ପରୀକ୍ଷା ନୀରିକ୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ଡାକ୍ତର ରମାନନ୍ଦ ମିଶ୍ର, ବିଶ୍ୱଜିତ ବାରିକ ଓ ବିଶ୍ୱଜିତ ଦତ୍ତ ପ୍ରମୁଖ ରହିଥିଲେ । ମ୍ୟାକଲୁନା ଫାର୍ମାସ୍ୟୁଟିକାଲସ୍ ପକ୍ଷରୁ ମାଗଣା ଔଷଧ ଦିଆଯାଇଥିଲା । ମୋତିଆ ବିନ୍ଦୁ ହୋଇଥିବା ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପ୍ରଚାର କରାଯିବ ବୋଲି କର୍ପୋରେଟର ଶ୍ରୀଯୁକ୍ତ ରାଉତ କହିଥିଲେ । କାର୍ଯ୍ୟକ୍ରମକୁ ଦି କ୍ଲବର ସଭାପତି, ସମ୍ପାଦକ, ସଦସ୍ୟ ଓ ଅନ୍ୟମାନେ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.