banner
Breaking

ପ୍ରପୋଜ ଡେ ଟିପସ୍ ।

0

ନୂଆଦିଲ୍ଲୀ : ଆଜି ଥିଲା ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ ପ୍ରପୋଜ ଡେ’। ଆଜିର ଦିନର ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି। ତେବେ ଆଉ କିଛି ଯୁବକ ବା ଯୁବତୀ ସେମାନଙ୍କ ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିଜର ମନ କଥା କହି ପାରିନଥାନ୍ତି। ମନରେ ଡର ରହିଥାଏ। କାଳେ ସେ ଖରାପ ଭାବିବେ କିମ୍ବା ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଦେବେ। ଏପରି ଆଶା ଓ ଆଶଙ୍କା ମଧ୍ୟରେ ସେମାନେ ଭାଲେଣ୍ଟାଇନ୍ ଡେ’ ଦିନ ହିଁ ନିଜ ପ୍ରେମର ନିବେଦନ କରିବା ପାଇଁ ଅପେକ୍ଷା କରିଥାନ୍ତି। ଏପରିକି କିପରି ନିବେଦନ କଲେ ଉତ୍ତର ନାଁ ମିଳିବ ନାହିଁ ତାହା ମଧ୍ୟ ଭାବିଥାନ୍ତି। ଆମେ ଆପଣଙ୍କୁ କହିବୁ କିପରି ପ୍ରପୋଜ କଲେ ଆପଣଙ୍କୁ ଜବାବ କେବଳ ହଁ ମିଳିବ।

ପ୍ରଥମେ ଡେଟ୍ ପ୍ଲାନ କରିନିଅନ୍ତୁ

ଆପଣ ଯାହାଙ୍କୁ ପ୍ରେମ କରନ୍ତି, ତାଙ୍କୁ ଅଳ୍ପ ହେଲେ ବି ଆପଣଙ୍କ ଫିଲିଙ୍ଗସ୍ ବାବଦରେ ଜଣାଥିବ। ଯଦି ଆପଣ ସରପ୍ରାଇଜ୍ ଦେବାକୁ ଡରୁଥାନ୍ତି କିମ୍ବା ସେ ଆପଣଙ୍କ ସହ କମଫର୍ଟେବଲ ଅଛନ୍ତି ତେବେ ଆପଣ ଡେଟ୍ ପ୍ଲାନ୍ କରିପାରିବେ।

ନିଜକୁ ବଦଳାନ୍ତୁ ନାହିଁ

ଯଦି ଆପଣ କାହାକୁ ପ୍ରପୋଜ କରିବାକୁ ଚାହାଁନ୍ତି ତେବେ କିଛି ନିୟମ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ନିଜେ ଯେମିତି ଅଛନ୍ତି ସେପରି ହିଁ ରୁହନ୍ତୁ। ନିଜକୁ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକତା ନାହିଁ। ଭଲ ପାଇବା ସହ ପ୍ରତିପକ୍ଷଙ୍କ ହୃଦୟ ଜିଣନ୍ତୁ। ଆପଣ ନିଜେ ଯେମିତି ସେମିତି ହିଁ ରହିବାକୁ ଦିଅନ୍ତୁ।

କ୍ୟାଣ୍ଡେଲ୍ ଲାଇଟ୍ ଡିନରରେ ଯାଆନ୍ତୁ

ଏହା ଅତି ପୁରୁଣା ଉପାୟ ହୋଇଥିଲେ ବି ଆଜି ବି ଏହାର କ୍ରେଜ୍ ରହିଛି। ରୋମାଣ୍ଟିକ୍ ସଂଧ୍ୟା ପାଇଁ ଏହାଠାରୁ ଭଲ ଉପାୟ ଆଉ କଣ ବା ହୋଇପାରେ। କ୍ୟାଣ୍ଡେଲର ଅଳ୍ପ ଆଲୋକ ମଧ୍ୟରେ ରୋମାଣ୍ଟିକ୍ ଅନ୍ଦାଜରେ ନିଜ ପ୍ରେମ ନିବେଦନ କରନ୍ତୁ। ଏହି ସମୟ ସବୁଠାରୁ ବେଶୀ ପରଫେକ୍ଟ।

ସାଥୀଙ୍କୁ କଫି ପାଇଁ ନିଅନ୍ତୁ

ଗୋଟିଏ କପ୍ କଫି ବହୁତ କିଛି ବୟାନ କରିଥାଏ। କ୍ୟାଫେ କଫି ଡେର ଟ୍ୟାଗଲାଇନ୍ ମଧ୍ୟ ଏହା କହିଥାଏ। ଗୋଟିଏ କପ୍ କଫି ସାଥୀଙ୍କ ସହ ନିବିଡତାକୁ ଦର୍ଶାଇଥାଏ। ଆପଣ ନିଜ ସାଥୀଙ୍କୁ ନେଇ କଫି ସପ୍ ଗଲେ କିଛି ସ୍ପେଶାଲ କଫି ମଗାନ୍ତୁ। ଯେଉଁଥିରେ ଲଭ ସିମ୍ବଲ ମଧ୍ୟ ରହିଥିବ। ନିଜ କ୍ରଶଙ୍କୁ ଅଧିକ ସମୟ ଧରି ବୁଲାନ୍ତୁ ଓ କଫି ପିଇବା ସମୟରେ ପ୍ରେମ ନିବେଦନ କରନ୍ତୁ।

ରିଲ୍ ଲାଇଫକୁ ରିଅଲ ଲାଇଫରେ କରନ୍ତୁ ପରିବର୍ତ୍ତନ

ରିଲ୍ ଲାଇଫରେ ଅଧିକାଂଶ ସମୟରେ ସରପ୍ରାଇଜ୍ ପ୍ରପୋଜାଲ ଦେଖିବାକୁ ମିଳେ। ଯଦି ଆପଣ ନିଜ କ୍ରଶଙ୍କୁ କିଛି କହିବା ପାଇଁ ପଛଘୁଞ୍ଚା ଦେଉଥାନ୍ତି ତେବେ ତାଙ୍କୁ ମୁଭି ଦେଖାଇବା ପାଇଁ ନେଇଯାଆନ୍ତୁ। ଏହାଠୁ ଭଲ ଉପାୟ ଆଉ କିଛି ହୋଇ ନପାରେ। ଯେଉଁ ସମୟରେ ସ୍କ୍ରିନରେ କିଛି ରୋମାଣ୍ଟିକ୍ ସିନ୍ ଆସିଥାଏ ସେତେବେଳେ ନିଜ ହୃଦୟର କଥା ଖୋଲି କରି କହିଦିଅନ୍ତୁ। ଏହା କ୍ରଶଙ୍କ ପାଇଁ ସବୁଠାରୁ ବଡ ସରପ୍ରାଇଜ୍ ହେବ।

Khansweb Solution Bhubaneswar

Leave A Reply

Your email address will not be published.