banner
Breaking

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର ; ମଞ୍ଚେଶ୍ବର ଆଦିମାତା କଲୋନୀ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ସତ୍ କର୍ମ ବଳରେ ମଣିଷ ଆଗକୁ ବଢେ । ଦୟା, କ୍ଷମା ଓ ସେବା ମନୋଭାବ ନେଇ କାମ କଲେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇ ପାରିବ । ମୁଖ୍ୟ ବକ୍ତା ଭାବେ ପୂର୍ବାଂଚଳ ମଣ୍ଡଳ ମୁଖ୍ୟ ଲୀନା ଭଉଣୀ ଯୋଗଦେଇ କହିଥିଲେ ଆଧ୍ୟାତ୍ମିକ ଶକ୍ତି ହେଉଛି ସର୍ବଶ୍ରେଷ୍ଠ ଶକ୍ତି । ଏହାକୁ ଅଧ୍ୟୟନ କରି ବ୍ୟକ୍ତି ଚରିତ୍ର ଗଠନ କରିବା ସହିତ ସମାଜର ମଙ୍ଗଳ କରି ପାରିବ । ସମ୍ମାନୀତ ଅତିଥି ଭାବେ ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ, ଦମୟନ୍ତୀ ଭଉଣୀ, ଉପେନ୍ଦ୍ର ଚୌଧୁରୀ, ଯୁବନେତା ପ୍ରଶନ୍ନ କୁମାର ସାହୁ ଓ ଓଡିଶା ସେବକ ସଂଘର ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହିତ ଆଶ୍ରମର ବାତାବରଣକୁ ପ୍ରଶଂସା କରିଥିଲେ । ଆଶ୍ରମର ପରିଚାଳକ ମଞ୍ଜୁ ଭଉଣୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉଦଘାଟନ କରାଯାଇଥିଲା । ପରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ୨୮ ତମ ବାର୍ଷିକ ଉତ୍ସବ ଓ କୃତି ଛାତ୍ରୀ ସରସୀତା ରଉତଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେକ୍ କଟା ଯାଇଥିଲା । ଏହି ଅବସରରେ ଓଡିଶୀ ନୃତ୍ୟ ଓ ଭାଇରାଲ୍ ଯୁବ ପ୍ରତିଭା ପପୁ ଝୁଲ୍‌ରେ ନିତାଇ ଝୁଲ ଗାଇ ସମସ୍ତଙ୍କୁ ବାନ୍ଧି ରଖିଥିଲେ । କାର୍ଯ୍ୟକ୍ରମରେ ମୀରା ଭଉଣୀ, ସୂଚିସ୍ମିତା, ମିନାକ୍ଷୀ, ମଞ୍ଜୁ, ସୁଜାତା, ସୂର୍ଯ୍ୟାଂଶୀ, ରଶ୍ମି,ରାନୀ ଓ ମୋନି ଭଉଣୀ ସହେଯାଗ କରିଥିବା ବେଳେ ଗୀତା ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.