banner
Breaking

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

0

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଶୁକ୍ରବାର ପୂର୍ବାହ୍ନ ୯ଟା.୩୦ରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଜି ସକାଳୁ ସେ ହଠାତ୍‌ ତଳେ ପଡ଼ି ଯାଇଥିବା ବେଳେ ଘରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ଲୋକେ କହିଛନ୍ତି।

ଗଞ୍ଜାମ ଜିଲାର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ ରାମକୃଷ୍ଣ। ବିଜୁ ପଟ୍ଟନାୟକଙ୍କ ଅମଳରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚନ ଜିତିଥିଲେ। ଏକାଧିକ ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଥିଲେ। ଅର୍ଥ, କୃଷି, ଗ୍ରାମ ଉନ୍ନୟନ ପରି ବିଭାଗର ଦାୟିତ୍ୱ ତୁଲାଇଥିଲେ। କ୍ୟାରିଅରର ଶେଷ ଭାଗରେ ସେ ଭାଜପାରେ ଯୋଗ ଦେଇଥିଲେ। ସେ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ଥିଲେ। ୧୯୭୧ରେ ପ୍ରଥମ ଥର ପାଇଁ ରାମକୃଷ୍ଣ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.