banner
Breaking

ତାମିଲନାଡୁ ବାସୀଙ୍କୁ ଧନ୍ୟବାଦ ଜଣାଇଲେ ଷ୍ଟାଲିନ।

0

ନୂଆଦିଲ୍ଲୀ, ୨।୫: ତାମିଲନାଡୁ ନିର୍ବାଚନରେ ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି। ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଡିଏମ୍‌କେ ମେଣ୍ଟ ୧୪୮ ଆସନରେ ଆଗୁଆ ରହିଛି। ଦଳର ଏହି ସଫଳତା ପାଇଁ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଷ୍ଟାଲିନ ପ୍ରଥମ ଥର ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଶାସକ ଏଆଇଏଡିଏମ୍‌କେ ୮୫ ଆସନରେ ସୀମିତ ରହିଛି। ଅଭିନେତା କମଲ ହାସନଙ୍କ ମକ୍କଲ ନିଧି ମୈୟମ (ଏମ୍‌ଏନ୍‌ଏମ୍‌) ପ୍ରଥମ ଥର ନିର୍ବାଚନ ଲଢ଼ିଥିଲେ ହେଁ ଖାତା ଖୋଲିପାରି ନାହିଁ।
ଡିଏମ୍‌କେ ୧୦ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଥିଲା। ଏଥର ପ୍ରଥମ ଥର ପାଇଁ ଦୁଇ ପ୍ରମୁଖ ଦଳ ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ସେମାନଙ୍କ ତୁଙ୍ଗ ନେତା ଜୟଲଲିଥା ଏବଂ ଏମ୍‌. କରୁଣାନିଧିଙ୍କ ବିନା ନିର୍ବାଚନ ଲଢ଼ିଥିଲେ। ୨୦୧୬ରେ ଜୟଲଲିଥାଙ୍କ ପରଲୋକ ହୋଇଥିବା ବେଳେ ୨୦୧୮ରେ କରୁଣାନିଧିଙ୍କ ଦେହାନ୍ତ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.