banner
Breaking

ତିର୍ତ୍ତୋଲରେ ବିଜୟଙ୍କୁ ଗ୍ରୀନ ସିଗନାଲ।

0

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୈତିକ ଦଳରେ ସରଗରମ ଲାଗି ରହିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ନେଇ ସେତିକି ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ତିର୍ତୋଲ ବିଧାନସଭା ଆସନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଇତି ମଧ୍ୟ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ଶେଷ କରଥିବା ବେଳେ ଶାସକ ବିଜେଡିରେ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଦଳରେ ମାନସ ମନ୍ଥନ ଚାଲିଛି । ହେଲେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବା ନେଇ ତିର୍ତୋଲ ନିର୍ବାଚନ ମଣ୍ଡଳୀର ତୃତୀୟା°ଶ ଲୋକ ଆଶା ପ୍ରକଟ କରିଛନ୍ତି ।
ପ୍ରାର୍ଥୀ ଚୟନ ପୂର୍ବରୁ ବିଷ୍ଣୁ ଦାସଙ୍କ ସମର୍ଥକମାନେ ତିର୍ତୋଲରେ ତାଙ୍କ ପୁଅ ବିଜୟ ଶଙ୍କରଙ୍କ ପୋଷ୍ଟର ଲଗାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି । କାରଣ ବିଷ୍ଣୁ ଦାସ ଯେଉଁଭଳି ଭାବେ ତୃଣମୂଳସ୍ତରରେ ଲୋକଙ୍କ ସହ ରହି ସେବା ଯୋଗାଉଥିଲେ, ତାଙ୍କ ପୁଅ ହିସାବରେ ବିଜୟ ହିଁ ଲୋକଙ୍କ ନିକଟତର ହେବେ ବୋଲି ସେମାନେ ଆଶା ରଖିଛନ୍ତି । ସେମାନଙ୍କ ମତରେ ଅସିଦଶକରୁ ବିଷ୍ଣୁ ଦାସ ଜଗତସିଂହପୁର ରାଜନୀତିରେ ସକ୍ରିୟ ଥିଲେ । ୧୯୯୦ ମସିହାରୁ ଲଗାତର ଭାବେ ଜଗତସିଂପୁର ବିଧାନସଭା ଆସନରୁ ବିଜୟୀ ହୋଇ ଲୋକଙ୍କ ସେବା କରୁଥିଲେ । ପରେ ରାଜ୍ୟସଭା ସାଂସଦ ଓ ତିର୍ତୋଲ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ତାଙ୍କ ରାଜନୀତି ଜୀବନରେ ସେ ସବୁବେଳେ ସେବାବୃତି ମନୋଭାବ ନେଇ କାମ କରୁଥିଲେ । ତେଣୁ ତାଙ୍କ ବିୟୋଗରେ ପୁଅ ବିଜୟ ଶଙ୍କରଙ୍କୁ ବିଧାୟକ ଭାବେ ନିର୍ବାଚିତ କରି ପାରିଲେ, ତାହା ବିଷ୍ଣୁଦାସଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଅଂଚଳବାସୀ ମତ ପ୍ରକାଶ କରିଛନ୍ତି । ତେବେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିବାକୁ ତିର୍ତୋଲରେ ଦାବି ଜୋର ଧରିଛି ।
ସେହିପରି ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରି ଦଳ ବିପୁଳ ବ୍ୟବଧାନରେ ବିଜୟୀ ହେବାକୁ ମଧ୍ୟ ଲକ୍ଷ୍ୟ ରଖିଛି । କାରଣ ବିଜୟଙ୍କୁ ଦଳୀୟ ଭୋଟ ସହ ବିଷ୍ଣୁ ଦାସଙ୍କ ପୁଅ ହିସାବରେ ସିମ୍ପାନ୍ଥି ଭୋଟ ମିଳିବା ସମ୍ଭାବନା ଅଧିକ ରହିଛି । ଯାହା ଦଳ ପାଇଁ ଅଧିକ ଲାଭବାନ ହେବ । ଅନ୍ୟ ନୂଆଁ ମୁହଁ ପାଇଁ ଏଭଳି ଫାଇଦା ମିଳିବ ନାହିଁ । ତେବେ ଶେଷ ପର୍ଯ୍ୟାୟରେ ୩ଟି ନାଁକୁ ନେଇ ଦଳରେ ଅଙ୍କକଷା ଚାଲିଥିବା ବେଳେ କାହାକୁ ଦଳ ଟିକେଟ ଦେବ, ତାହା ଉପରେ ସମସ୍ତର ନଜର ରହିଛି । ପ୍ରାୟତଃ ବିଜୟଙ୍କୁ ଗ୍ରୀନ ସିଗନାଲ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

Khansweb Solution Bhubaneswar

Leave A Reply

Your email address will not be published.