banner
Breaking

ଆଜି ଆସିବେ ମମତା ବାନାର୍ଜୀ

0

ପୁରୀ, ୨୧ା୩:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମମତାଙ୍କ କୌଳିକ ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ବରିଷ୍ଠ ଦଇତାପତି ଜଗନ୍ନାଥ ସ୍ବାଇଁ ମହାପାତ୍ର ସୋମବାର ସୂଚନା ଦେଇ କହିଛନ୍ତି, ମମତା ୨୧ ତାରିଖରେ ମମତା ଭୁବନେଶ୍ୱରରେ ପହଞ୍ଚତ୍ବେ। ୨୨ ତାରିଖ ଅପରାହ୍ନରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେହିପରି ପୁରୀ ବଳିଆପଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ସରକାରଙ୍କର ଏକ ଗେଷ୍ଟ ହାଉସ ନିର୍ମାଣ ଲାଗି ଜମି ଯୋଗାଇ ଦେବା ପାଇଁ ଓଡ଼ିଶା ସରକାର କହିଛନ୍ତି। ମମତା ଉକ୍ତ ଜମି ଦେଖି ତର୍ଜମା କରିବେ ବୋଲି ଜଣାପଡ଼ିଛି। ଏ ନେଇ ୨୨ ତାରିଖ ଅପରାହ୍ନ ୩ଟାରେ ହେବାକୁ ଥିବା ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ୪ଟାରେ ମମତା ଶ୍ରୀମନ୍ଦିର ଯିବେ। ସେଠାରେ ସେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବେ। ଶ୍ରୀମନ୍ଦିର ପରିସରରେ ପ୍ରାୟ ୧ଘଣ୍ଟା ରହିବେ। ସେହିପରି ୨୩ ତାରିଖରେ ସେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.