banner
Breaking

ପଦ୍ମପୁର ନିର୍ବାଚନ ପାଇଁ ତାରିଖ ଘୋଷଣା

0

ଭୁବନେଶ୍ୱର : ପଦ୍ମପୁର ଉପ-ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସୂଚନା ଦେଇଛନ୍ତି । ନଭେମ୍ବର ୧୦ରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ରେ ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ୧୮ରେ ଯାଞ୍ଚ କରାଯିବ।
ଅନ୍ୟପକ୍ଷେ ନଭେମ୍ବର ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ ୮ ତାରିଖରେ ଭୋଟଗଣତି ହେବ ବୋଲି ସୂଚନା ମିଳିଛି। ଏହି ଆସନ ବିଧାୟକ ବିଜୟରଞ୍ଜନ ସିଂବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ।

Khansweb Solution Bhubaneswar

Leave A Reply

Your email address will not be published.