banner
Breaking

୮ ନମ୍ବର ଓ୍ବାର୍ଡରେ ଜନସମ୍ପର୍କ ପଦଯାତ୍ରା

0

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୮ ନମ୍ବର ଓ୍ବାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଲୋକଙ୍କ ପାଇଁ କାମକର, ଲୋକଙ୍କ ସହିତ ରୁହ, ଲୋକଙ୍କ ସୁଖ ଦୁଃଖ ରେ ଭାଗୀ ହୁଅ ଓ ଲୋକଙ୍କ ପାଖକୁ ଯାଓ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ଏହି ଆହ୍ୱାନ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ଏହି କ୍ରମରେ ଆଜି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୮ ନମ୍ବର ଓ୍ବାର୍ଡର ଚନ୍ଦ୍ରଶେଖରପୁର ସାଇ ମନ୍ଦିର ଠାରୁ ହଜାର ହଜାର କର୍ମୀଙ୍କ ଗହଣରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ସମ୍ପୂର୍ଣ ୱାର୍ଡ ପରିକ୍ରମା କରି ବିଜୁ ଜନତା ଦଳର ୱାର୍ଡ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା |

ସେଠାରେ ଯୁବନେତା ମନୋଜ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତି ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଥିଲେ କରୋନା ମହାମାରୀ ସମୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସହଯୋଗର ହାତ ବଢାଇଥିଲା। ରାଜ୍ୟ ସରକାରଙ୍କ ପ୍ରଦତ୍ତ ବି ଏସ କେ ୱାଇ କାର୍ଡ ମାଧ୍ୟମରେ ସାଧାରଣ ଲୋକ ମାଗଣାରେ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ମୁକ୍ତା ଯୋଜନା ମାଧ୍ୟମରେ ଆଜି ମହିଳା ମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ଓ ଜାଗା ମିଶନ ମାଧ୍ୟମରେ ଆଜି ବସ୍ତି ଗୁଡିକୁ ବିଜୁ ଆଦର୍ଶ କଲୋନୀ ଭାବରେ ପରିଣତ ହୋଇପାରିଛି ବୋଲି ମତ ରଖିଥିଲେ | ଅନ୍ୟତମ ଅତିଥି ଭାବରେ ମେୟର ସୁଲୋଚନା ଦାସ ଯୋଗ ଦେଇ କିଭଳି ଭାବରେ ବସ୍ତି ବାସିନ୍ଦାଙ୍କୁ ଘର , ସ୍ଥାୟୀ ପଟ୍ଟା ଏବଂ ୭୦ ଲକ୍ଷରୁ ଉର୍ଧ୍ଵ ମା ମାନଙ୍କୁ ଆଜି ରୋଜଗାରକ୍ଷମ କରାଯାଇପାରିଛି ସେ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ | ଏହି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କର ପ୍ରତ୍ୟକ ଯୋଜନା କିଭଳି ଭାବରେ ପ୍ରତ୍ୟକ ଘରେ ପହଂଚିବ,ଏଥିସହିତ କିଭଳି ଭାବରେ ବୃକ୍ଷରୋପଣ,ରକ୍ତଦାନ ଏବଂ ପରିବେଶ ସଫେଇ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ସେ ବିଷୟରେ ବିଧାୟକ ଶ୍ରୀଯୁକ୍ତ ରାଉତ ମତବ୍ୟକ୍ତ ରଖିଥିଲେ |

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ସ୍ଥାନୀୟ କର୍ପୋରେଟର ଲାଲ ମୋହନ ଟୁଡୁ, କର୍ପୋରେଟର ମୋନାଲିସା ସାହୁ, ମିହିର କୁମାର ରାଉତ, ମୋନାଲିସା ବେହେରା, ପୂଜା ମହାରଣା, ଅଚ୍ୟୁତାନନ୍ଦ ସ୍ୱାଇଁ,ପୂଜା ବେହେରା, ଇତିଶ୍ରୀ ଦାସ, ପିଙ୍କି ସ୍ୱାଇଁ, ପୂର୍ବତନ କର୍ପୋରେଟର ସୁସ୍ମିତା ଦାସ, ଅକ୍ଷୟ ଲେଙ୍କା, ସୌଭାଗ୍ୟ ବାରିକ, ଅଶୋକ ବେହେରା, ସବ୍ୟସାଚୀ ସାହୁ, କାଳି ସିଂହ , ଅଶୋକ ବେହେରା, ଯୁବ ସଭାପତି ବୀରେନ୍ଦ୍ର ଜେନା ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ , ବରିଷ୍ଠ ମୁରବି ପ୍ରଫୁଲ୍ଲ ଦାସ, ହାଡିବନ୍ଧୁ ଦାସ, ରବିନ୍ଦ୍ରନାଥ ପଟ୍ଟନାୟକ , ନରହରି ସେଠୀ , ସତ୍ୟ ନାରାୟଣ ମହାନ୍ତି ଏବଂ ସମେତ ବହୁ ସଂଖ୍ୟାରେ ଯୁବକ , ଛାତ୍ର, ବୁଦ୍ଧିଜୀବୀ ଓ ଏସ ଏଚ ଜିର ମା ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.