banner
Breaking

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରୋଗୀଙ୍କୁ ଫଳ ବଣ୍ଟନ

0

ଭୁବନେଶ୍ୱର : ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ତଥା ଓଡିଶାର ଜନପ୍ରିୟ, ଦରଦି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୭୭ ତମ ଜନ୍ମ ଦିବସ ପାଳନ ଅବସରରେ ବିଜୁ ଜନତା ଦଳ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଚିକିତ୍ସାରତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ନିଆରା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଅମରେଶ ଜେନା, ବରିଷ୍ଠ ନେତା ସୁବାସ ପାତ୍ର, ରଞ୍ଜିତ ମହାପାତ୍ର, ବିରଞ୍ଚି ନାରାୟଣ ମହାସୂପକାର, ଅମରଜିତ୍ ସେନାପତି, ରୁଦ୍ର ସାମନ୍ତରାୟ, ସେକ୍ ନିଜାମୁଦିନ, ଭୋଳାନାଥ ମହାରଣା, ଆଲୋକ ପାଣିଗ୍ରାହୀ, ଶ୍ରୀଧର ଜେନା, ଭଗବାନ ଦାଶ, ସମରେନ୍ଦ୍ର ସାହୁ, ଛାତ୍ର ସଭାପତି ସୁବାସ ସାହୁ ଏବଂ ବିଜୁ ଜନତା ଦଳର ଅନ୍ୟାନ୍ୟ କର୍ମର୍କା ପ୍ରମୁଖ ଯୋଗଦେଇ ତିନିଶହରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଫଳ ବନ କରିଥିଲେ । ରୋଗୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜୟଗାନ କରି ଆଶୀର୍ବାଦ ପ୍ରଦାନ କରିବା ସହିତ ଦୀର୍ଘାୟୁ କାମନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.