banner
Breaking

ନୂଆ ଦଳ ଗଢିବେ ଗୁଲାମନବୀ

0

ନୂଆଦିଲ୍ଲୀ: କଂଗ୍ରେସ ଦଳଠାରୁ ଶୁକ୍ରବାର ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍‌ ଖୁବ୍‌ଶୀଘ୍ର ନୂଆ ଦଳ ଗଠନ କରିବେ ବୋଲି ସୂଚନା ମିଳିଛି । ଦଳର ପ୍ରଥମ ଶାଖା ଜମ୍ମୁ-କାଶ୍ମୀରରେ ଖୋଲିବ ବୋଲି ଗୁଲାମନବୀ କହିଛନ୍ତି । ଆଗାମୀ ଦିନରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେଠାରେ ଦଳର ପ୍ରଥମ ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ତେବେ ଦଳ ଗଠନ ସଂପର୍କରେ ଅଧିକ ତଥ୍ୟ ଦେବାକୁ ସେ ମନା କରି ଦେଇଥିଲେ । କଂଗ୍ରେସରୁ ଇସ୍ତଫା ପ୍ରଦାନ ସଂପର୍କରେ ସୂଚନା ଦେଇ ଗୁଲାମନବୀ କହିଥିଲେ ଏ ସଂପର୍କରେ ସେ ବହୁ ପୂର୍ବରୁ ଚିନ୍ତା କରି ଆସୁଥିଲେ। ସେ ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ କଂଗ୍ରେସକୁ ଫେରିବାର ପ୍ରଶ୍ନ ଉଠୁ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.