banner
Breaking

ରାଜଧାନୀରେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ ! ଧସ୍ତାଧସ୍ତିରେ ଛାତ୍ରୀଙ୍କ ମୁଣ୍ଡ ଫାଟିଲା

0

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ପୁଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଫଳରେ ପୋଲିସ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।ଧସ୍ତାଧସ୍ତିରେ ଜଣେ ଛାତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା । ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ପୋଲିସ୍ ଗାଡିକୁ ଭଙ୍ଗାରୁଜା କରିଥିଲେ । ପୋଲିସ୍ ଶତାଧିକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଗିରଫ କରିଥିଲା ।ଅପରପକ୍ଷରେ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯିବ ବୋଲି ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଚେତାବନୀ ଦେଇଛନ୍ତି ।


Khansweb Solution Bhubaneswar

Leave A Reply

Your email address will not be published.