banner
Breaking

ପୁଣି ରାଜଧାନୀରେ ଅନୁପ। କମିଶଳରେଟ ପୋଲିସ ଅଦଳବଦଳ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): କମିଶନରେଟ ପୁଲିସରେ ବ୍ୟାପକ ଅଦଳବଦଳ କରାଯାଇଛି । ଅତିରିକ୍ତ ଡିସିପି, ଏସିପି ଓ ଇନ୍ସପେକ୍ଟରସ୍ତରରେ ଅଦଳବଦଳ କରାଯାଇଛି । ଅତିରିକ୍ତ ଡିସିପି ଦୁର୍ଗାପ୍ରସାଦ ତ୍ରିପାଠୀଙ୍କୁ କମିଶନରେଟ ମୁଖ୍ୟାଳୟ ଅତିରିକ୍ତ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେ କ୍ରାଇମ ଓ ଜୁଡିସିଆଲ ଦାୟିତ୍ୱରେ ରହିବେ ।
ସେହିପରି ଅନୁପ କାନୁନଗୋଙ୍କୁ ଟ୍ରାଫିକ ଏସିପି, ସଞ୍ଜୀବ ଶତପଥୀଙ୍କୁ ସ୍ପେଶାଲ ସ୍କ୍ୱାଡ ଏସିପି ଭାବେ ବଦଳି କରାଯାଇଛି । ସେହିପରି କିଶୋର ପାଣିଗ୍ରାହୀଙ୍କୁ କମିଶନରେଟ ପୁଲିସ ମୁଖ୍ୟାଳୟ ଏସିପି (ଆଇବି), ମନୋରଂଜନ ବିଶ୍ୱାଳଙ୍କୁ କଟକ ଡିଆଇବି ଏସିପି, ସତ୍ୟରଂଜନ ମଲ୍ଲିକଙ୍କୁ କଟକ ଜୋନ-୪ ଏସିପି, କୃଷ୍ଣପ୍ରସାଦ ଦାସଙ୍କୁ କଟକ ଆଇୟୁସିଡବ୍ଲ୍ୟୁ ଏସିପି ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଇନ୍ସପେକ୍ଟର ତୁଷାରକାନ୍ତ ସେଠୀଙ୍କୁ ମଧୁପାଟଣା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ମନୋଜ ରୋଶନ ବିଲୁଙ୍ଗଙ୍କୁ  କଟକ ଟ୍ରାଫିକ ଥାନାକୁ ବଦଳି କରାଯାଇଛି । ସୁରେନ୍ଦ୍ର ବଳଙ୍କୁୂ ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ରମାକାନ୍ତ ସାହୁଙ୍କୁ ବାଲିପାଟଣା ଥାନା ଅଧିକାରୀ, ଲକ୍ଷ୍ମୀଧର ସେଠଙ୍କୁ ଭୁବନେଶ୍ୱର ଡିଆଇବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ଦୁର୍ଗାମାଧବ ଜେନାଙ୍କୁ ଖଣ୍ଡଗିରି ଥାନାର ଅତିରିକ୍ତ ଇନ୍ସପେକ୍ଟର, କୃପାସିନ୍ଧୁ ବରଦାଙ୍କୁ କଟକ ସଦର ଥାନା, ଗଣେଷ ସାହୁଙ୍କୁ ଲାଲବାଗ ଥାନା ଓ ଲକ୍ଷ୍ମୀ ପ୍ରସାଦ ଶତପଥିଙ୍କୁ ଚାଉଳିଆଗଞ୍ଜ ଥାନାକୁ ବଦଳି କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.