banner
Breaking

ରାଜଧାନୀରେ ଫୁଟିଲା ପୋଲିସ ଗୁଳି। ଅପରାଧୀ ଭୟଭୀତ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୁଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ  ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍।

ଏହି ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।  ଆହତ ଦୁହେଁ ହେଲେ ପୋଡା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ।  ଭଇଁଚୁଆରେ ପାଖରେ ଗତ ରାତିରେ ଅରୁଣ ଓ ବିବେକ ଡକାୟତି ଯୋଜନା କରୁଥିବା ଖବର ପାଇ ସ୍ପେଶାଲ ସ୍କ୍ବାଡ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଦୁହେଁ ଖସିଯିବାକୁ ଉଦ୍ୟମ କରିଥିଲେ ଏବଂ ଗୁଳି ଚଳାଇଥିଲେ। ଏହାର ଜବାବରେ ପୁଲିସ ପାଲଟା ଗୁଳି କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.