banner
Breaking

ଈଶାନେଶ୍ବର ବସ୍ତିରେ ପାଠାଗାର ଉଦଘାଟିତ

0

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ଈଶାନେଶ୍ବର ବସ୍ତିରେ ବକୁଳ ଫାଉଣ୍ଡେସନ ସହଯୋଗରେ ବସ୍ତି ପାଠାଗାର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ବସ୍ତି ପାଠାଗାର ଉଦଘାଟନ କରି କହିଥିଲେ ବଡ଼ ମଣିଷ ହେବା ପାଇଁ ଜ୍ଞାନ ଆହରଣ ଅତ୍ୟନ୍ତ ଜରୁରୀ ଅଟେ। ଆମ୍ଭେମାନେ ଯେତେ ପାଠ ପଢିବା ସେତେ ଜ୍ଞାନ ଅର୍ଜନ କରିବା। ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ର ଯୋଗଦେଇ ଭଲ ପାଠ ପଢି ବଡ଼ ମଣିଷ ହେବା ପାଇଁ ପିଲାମାନଙ୍କୁ କହିଥିଲେ। ଏହି ପାଠାଗାରରେ ବିଭିନ୍ନ ପ୍ରକାରର ଗପ ବହି, କାର୍ଟୁନ୍ ବହି, ଇ°ଗ୍ରାଜୀ ଷ୍ଟୋରି ବୁକ୍, ବଡ଼ ଲୋକଙ୍କ ଆତ୍ମଜୀବନୀ, ବିଭିନ୍ନ ପ୍ରକାରର କମ୍ପିଟେଟିଭ ବହି ରହିଛି। କମିଶନରେଟ ପୋଲିସ ପକ୍ଷରୁ ପିଲାଙ୍କ ବୈଷୟିକ ଶିକ୍ଷା ପାଇଁ କମ୍ପୁଟର ପ୍ରଦାନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.