banner
Breaking

ସୁରକ୍ଷା ଦେଉଥିବା ଲୋକ ମାଗିଲେ ସୁରକ୍ଷା

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଦେଶର ଓ ରାଜ୍ୟରଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଯାଉଛି। ଗଣତନ୍ତ୍ରର ତିନୋଟି ସ୍ତମ୍ଭ ଏବେ ଅସହାୟ ମନେ କଲେଣି। କିଛିଦିନ ତଳେ ଦେଶର ପ୍ରଥମ ସ୍ତମ୍ଭ ଅସହାୟ ହୋଇ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲା। ଆମ ରାଜରେ ମଧ୍ୟ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣ ହେଉଥିବା ଘଟଣାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ମାଗିଛି ପୋଲିସ ସଂଘ । ବାଲିଆପାଳରେ ଥାନା ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ଓଡିଶା ଆରକ୍ଷୀ ସଂଘ ନିନ୍ଦା କରିବା ସହ ପୋଲିସର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ପୋଲି ସଂଘ ପକ୍ଷରୁ କୁହାଯାଇଛି । ଡାକ୍ତରଙ୍କ ଭଳି ପୋଲିସଙ୍କୁ ଆଇନଗତ ସୁରକ୍ଷା ମିଳିବା ଆବଶ୍ୟକ ବୋଲି ସଂଘ କହିଛି ।

ଏହା ସହ ସଂଘ ପକ୍ଷରୁ କୁହାଯାଇଛି ଯେ, ଆଇନଶୃଙ୍ଖଳା, ତଦନ୍ତ ପ୍ରକ୍ରିୟା ପାଇଁ ପୃଥକ ପୃଥକ ଅଫିସର ନିଯୁକ୍ତ ହୁଅନ୍ତୁ । ପ୍ରତି ଥାନାରେ ୧ ବା ୨ ସେକ୍ସନ ପୋଲିସ ଫୋର୍ସ ରଖାଯାଉ । ବିଶୃଙ୍ଖଳାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ । ଏହା ସହ ସମସ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ଦାବି କରିଛି ସଂଘ ।

ପୋଲିସ ସଂଘର ସଭାପତି ସତ୍ୟଜିତ୍ ମିଶ୍ର କହିଛନ୍ତି ଯେ, ଜନସଂଖ୍ୟା ଅନୁପାତରେ ରାଜ୍ୟରେ ପୋଲିସ ସଂଖ୍ୟା ଚିନ୍ତାଜନକ । ଖାଲି ପଡିଥିବା ପୋଲିସ ପଦବୀ ଯଥାଶ୍ରୀଘ୍ର ପୂରଣ ହେଉ । ଆଇନ ଶୃଙ୍କଳା ଓ ତଦନ୍ତକୁ ଅଲଗା ଅଲଗା ଶାଖା କରିବା ସହ ଘଟଣାର ପୁନରାବୃତ୍ତି ରୋକିବାକୁ ସରକାର ଧ୍ୟାନ ଦିଅନ୍ତୁ ବୋଲି ସତ୍ୟଜିତ୍ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.