banner
Breaking

ଆଇପିଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି। ଶୁକ୍ରବାର ରାଜ୍ୟ ସରକାର ଏଭଳି ଅଦଳବଦଳ କରିଛନ୍ତି। କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ବଦଳି କରାଯାଇଛି। କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ଭାବେ ପ୍ରତୀକ ସିଂଙ୍କ ନାଁ ସୁପାରିସ ହୋଇଛି।

ସେହିପରି ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗ ଡିଜି, ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ଦିଆଯାଇଛି। ସଞ୍ଜୀବ କୁମାର ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ, ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି, ଆଇଜିପି କମ୍ୟୁନିକେସନ ଭାବେ ଏସ୍‌.କେ.ଗଜ୍‌ଭିୟେଙ୍କୁ ଦାୟିତ୍ୱ ମିଳିଛି।

ଅନ୍ୟପକ୍ଷେ, ସଫିନ ଅହମ୍ମଦ କେ. ଆଇଜିପି ଏଚ୍‌ଆରପିସି, ଉମାଶଙ୍କର ଦାଶଙ୍କୁ ଟୁଇନ୍‌ ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି।
ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଦାୟିତ୍ୱ ମିଳିଥିବା ବେଳେ ପରମାର୍‌ ସ୍ମିତ ପୁରୁଷୋତ୍ତମଦାସଙ୍କୁ ବରଗଡ଼ ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି। ରାହୁଲ ଜୈନ ଝାରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତି ହୋଇଥିବା ବେଳେ ଶ୍ରବଣ ବିବେକ ଏମ୍‌ ବ୍ରହ୍ମପୁରର ନୂଆ ଏସ୍‌ପି, ସିଦ୍ଧାର୍ଥ କଟାରିଆ ଖୋର୍ଦ୍ଧା ଏସ୍‌ପି, ନବରଙ୍ଗପୁର ଏସ୍‌ପି ଏସ. ସୁଶ୍ରୀ ଏବଂ ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.