banner
Breaking

ଡିସେମ୍ବରରେ ଅବସର ନେବେ ପୋଲିସ ମୁଖ୍ୟ ଅଭୟ। ନୂଆ ବର୍ଷରୁ ନୂଆ ଡିଜିପି

0

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଡିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ। ତାଙ୍କ ଅବସର ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି । ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡିଜିପି ଅଭୟ। ଏଣୁ ନୂଆବର୍ଷରେ ରାଜ୍ୟକୁ ନୂଆ ଡିଜିପି ମିଳିବା ନେଇ ଗୁରୁବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର । ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟ ୨୦୧୯ ଡିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଓଡ଼ିଶାକୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.