banner
Breaking

ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସହଯୋଗ ପାଇଁ ହାତ ବଢ଼ାଇଲେ ଥାନା ଅଧିକାରୀ

0

ଭୁବନେଶ୍ୱର ୨୨/୦୭ (ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଠାରେ ବରିଷ୍ଠ ନାଗରିକ ଓ ଆମ ପୋଲିସ ସମିତିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋନ୍-୬ ଏସିପି ତରୁଣକାନ୍ତ ଦାସ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଂଜନ ନାୟକ ଓ ଇନ୍ଫୋସିସ୍ ଥାନା ଅଧିକାରୀ ବିଶ୍ୱରଂଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ମୈତ୍ରୀବିହାର ଠାରୁ ପଟିଆ ପର୍ଯ୍ୟନ୍ତ ଅଳର ସମସ୍ତ ବରିଷ୍ଠନାଗରିକ ସଂଗଠନର କର୍ମକର୍ତ୍ତା ଓ ପୋଲିସ ସମିତିର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କର ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ଖୁସିରେ ରଖିବା ଲାଗି ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବାକୁ ଥାନା ଅଧିକାରୀ ଓ ପୋଲିସ ସମିତି ପକ୍ଷରୁ ମତପ୍ରକାଶ ପାଇଥିଲା । ସେମାନଙ୍କର ଅସୁବିଧା ସମୟରେ ତୁରନ୍ତ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଥାନାଧିକାରୀମାନଙ୍କ ଠାରୁ ପ୍ରତିଶୃତି ମିଳିଥିଲା । ଏହି ବୈଠକରେ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସଭାପତି ତଥା ଆଇନଜୀବି ମଧୁମାଧବ ଜେନା, ବରିଷ୍ଠ ନାଗରିକ ରବିନ୍ଦ୍ର କୁମାର ମହାନ୍ତି, ବିଜୟ ଦାସ, ନରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ରାଉତ, ସୁରେଶ ରଥ, ମନମୋହନ ପନାୟକ, ଏଚ୍.କେ. ପ୍ରତାପ, ଦୟାନିଧି ପୃଷ୍ଟିଙ୍କ ସହିତ ଆମ ପୋଲିସ ସମିତିର ସମରେନ୍ଦ୍ର ସାହୁ, ଦିଲ୍ଲୀପ ମହାନ୍ତି, ପ୍ରସନ୍ନ ପାଣି, ଦିନେଶ ସ୍ୱାଇଁ, ରମେଶ ସାହୁ, ପ୍ରକାଶ ପାଣିଗ୍ରାହୀ,ବିଶ୍ବଜିତ ପଟ୍ଟନାୟକ, ଦିଲ୍ଲୀପ ପାତ୍ର, ବସନ୍ତ ସ୍ୱାଇଁ, ସ୍ମୃତିରଂଜନ ପ୍ରଧାନ, ଲିଲିପ୍ତା ମହାପାତ୍ର ଓ ପୁଷ୍ପାଞ୍ଜଳୀ ପାଣି ଉପସ୍ଥିତ ଥିଲେ । ସମାଜସେବୀ ଇଂ. ଦିଲ୍ଲୀପ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.