banner
Breaking

୧୩୨ ଏସ ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି।

0

କଟକ ,୩୦।୪: ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୩୨ଜଣ ଏସ୍‌ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସେମାନଙ୍କୁ ବିଭିନ୍ନ ଜିଲାରେ ଖାଲିଥିବା ସ୍ଥାନକୁ ବଦଳି କରାଯାଇ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହିତ ପୂର୍ବରୁ ଡିଏସ୍‌ପି ପାହ୍ୟାରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନୋତି ପାଇଥିବା ୮ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ସରୋଜ କୁମାର ମହାପାତ୍ର, ଅନିଲ କୁମାର ମିଶ୍ର, ସୁରେଶ ଚନ୍ଦ୍ର ପାତ୍ର, କିଶୋର ଚନ୍ଦ୍ର ଦାଶ, ମନୋରଞ୍ଜନ ବିଶ୍ୱାଳ, ଉଦୟଭାନୁ ମିଶ୍ର, ସୁଯୋଗ୍ୟ କୁମାର ମିଶ୍ର ଓ ତ୍ରିନାଥ ମିଶ୍ର । ସେହିପରି ପୂର୍ବରୁ ଇନ୍ସପେକ୍ଟର ପାହ୍ୟାରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ୪୪ଜଣଙ୍କୁ ବଦଳି କରାଯାଇ ନୂତନ ନିଯୁକ୍ତି ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.