banner
Breaking

ପୋଲିସ ପଦୋନ୍ନତି ନିୟମ କୋହଳ କଲେ ସରକାର।

0

ଭୁବନେଶ୍ୱର,୧୧/୧(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରିଥିବା ପୋଲିସ ମାନଙ୍କ ପାଇଁ ଖୁସି ଖବର। ୨୦୨୧ ପାଇଁ ପୋଲିସ ପଦୋନ୍ନତି ନିୟମ କୁ କୋହଳ କରାଯାଇଛି । ସବଇନ୍ସପେକ୍ଟର ରୁ ଇନ୍ସପେକ୍ଟର ହେବାକୁ ଥିବା ନିୟମ କୋହଳ କରାଯାଇଛି  ।୧୦ ବର୍ଷ ପରିବର୍ତ୍ତେ ଅଭିଜ୍ଞତା ଯୋଗ୍ୟତା ୮ ବର୍ଷକୁ କମାଇ ଦିଆ ଯାଇଛି।ତାଲିମ ସମ୍ପୂର୍ଣ କରିଥିଲ ପଦୋନ୍ନତି ପାଇବେ ସବଇନ୍ସପେକ୍ଟର । ଏନେଇ ନିଷ୍ପତି ନେଇଛନ୍ତି ସରକାର ।
ଅନ୍ୟପକ୍ଷରେ ୨୦୦ ରୁ ୩୦୦ ପୋଲିସ ଇନ୍ସପେକ୍ଟରଙ୍କ ପଦୋନ୍ନତି ହେବାର ଅଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପ୍ରକୃତରେ ଏହା କେତେ ସତ କେତେ ମିଛ ତାହା ଜଣାପଡିନାହିଁ।

Khansweb Solution Bhubaneswar

Leave A Reply

Your email address will not be published.