banner
Breaking

କମିଶନରେଟ ପୋଲିସକୁ ବଡ ସଫଳତା।ଧରାହେଲେ ୮ ଅପରାଧୀ।

0

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେଲା କ୍ରମାଗତ ଭାବରେ ଲୁଟପାଟ ହେଉଥିଲା। ଏମିତିକି ପୋଲିସ, ସାମ୍ବାଦିକ କାହାକୁ ଛାଡି ନଥିଲେ। ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା। ଅନ୍ୟ ପକ୍ଷରେ ନବ ନିଯୁକ୍ତ ଡିସିପିଙ୍କ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।କିନ୍ତୁ ଡିସିପି ଉମାଶଙ୍କର ଦାଶଙ୍କ ନେତୃତ୍ବରେ ଗଠିତ ଟିମ୍ ଓ ଡିସିପିଙ୍କ ଚତୁର କୌଶଳ କମିଶନରେଟ ପୁଲିସକୁ ଏକ ବଡ଼ ସଫଳତା ଆଣି ଦେଇଥିଲା।ସୋମବାର ପୁଲିସ ଦୁଇଟି କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୦ଟି ମୋବାଇଲ ଫୋନ, ୯ଟି ବାଇକ, ୩୦ ଲାପଟପ, ସୁନା ଗହଣା ଆଦି ଜବତ ହୋଇଛି।
ଏହି ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଂଚଳରେ ଲୁଟପାଟ କରୁଥିଲେ। ଗୋଟିଏ ଗ୍ୟାଙ୍ଗ ଘରେଘରେ ପସି ଲୁଟପାଟ କରୁଥିବା ବେଳେ ଅନ୍ୟ ଗ୍ୟାଙ୍ଗଟି ହାଇଓ୍ବେ ଉପରେ ଲୁଟୁଥିଲା।

Khansweb Solution Bhubaneswar

Leave A Reply

Your email address will not be published.