banner
Breaking

ପୁଣି ବଢିପାରେ ମାଗଣା ରାଶନ ଅବଧି

0

ନୂଆଦିଲ୍ଲୀ : ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୋମବାର କହିଛନ୍ତି ଯୋଜନାର ସମୟ ସୀମା ବଢାଇବାର ନିଷ୍ପତ୍ତି ସରକାର ନେବେ । ହେଲେ ଏହି ନିଷ୍ପତ୍ତି କେବେ ନିଆଯିବ ସେ ସମ୍ପର୍କରେ ପାଣ୍ଡେ କୌଣସି ସୂଚନା ଦେଇ ନାହାନ୍ତି । ମାର୍ଚ୍ଚ ୨୦୨୦ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧି କେତେଥର ବଢାଯାଇଛି । ଏବେ ଏହା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିଛି ।

ରୋଲର ଫ୍ଲୋର ମିଲ୍ସ ଫେଡେରେଶନ ଅଫ ଇଣ୍ଡିଆର ବାର୍ଷିକ ବୈଠକରେ ପାଣ୍ଡେ କହିଛନ୍ତି, ଏହା ସରକାରଙ୍କ ବଡ ନିଷ୍ୱତ୍ତି, ସରକାର ଏହା ଉପରେ ନିଷ୍ୱତ୍ତି ନେବେ । ପିଏମଜିକେଏୱାଇ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ(ଏନଏଫଏସଏ)ରେ ସାମିଲ ୮୦ କୋଟି ଗରିବ ଲାଭାର୍ଥିଙ୍କୁ ପ୍ରତିମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ମାଗଣା ରାଶନ ଯୋଗାଇ ଦିଆଯାଉଛି । କରୋନା ମହାମାରୀ ସମୟରେ ଗରିବ ପରିବାରଙ୍କୁ ଏହା ସହାୟକ ହୋଇଥିଲା । ଏହା ଏନଏଫଏସଏ ଅନୁଯାୟୀ ସାମାନ୍ୟ ଆବଣ୍ଟନଠାରୁ ଅଧିକ ।

Khansweb Solution Bhubaneswar

Leave A Reply

Your email address will not be published.