banner
Breaking

କ”ଗ୍ରେସ କର୍ମାଙ୍କୁ ପୋଲିସ ମାଡ

0

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ମମିତା ହତ୍ୟା ମାମଲାକୁ ନେଇ ଝଡ଼ ଥମିବାର ନାଁ ଧରୁନି । ଗୋଟିଏ ପଟେ ୧୦ ଦିନ ହେଲାଣି ଗୃହ ସ୍ବାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୁରୁବାର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଶୁକ୍ରବାର ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଛି ହଲ୍ଲାବୋଲ ଡାକରା। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବିଧାନସଭା ମୁହାଁ ହେଉଥିବା ବେଳେ ପୋଲିସ ଟାର୍ଗେଟର ଶିକାର ହୋଇଛନ୍ତି। ଏପରିକି ପୋଲିସ କଂଗ୍ରେସ କର୍ମୀଙ୍କୁ ପିଟିଛନ୍ତିି। ଏଥିରେ ବହୁ ସଂଖ୍ୟାରେ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନଠାରେ ରାସ୍ତା ଅବରୋଧ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.