banner
Breaking

ସମ୍ବଲପୁରରେ ଆଇଆଇଏମ ନୂତନ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

0

ସମ୍ବଲପୁର,୨/୧(ଓଡ଼ିଆ ନ୍ୟୁଜ) : ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଆଜି ଶିଳାନ୍ୟାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେଡିର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ରାଜ୍ୟପାଳ, ସମ୍ବଲପୁର ସାଂସଦ ଓ ବିଧାୟକ ମଧ୍ୟ ସାମିଲ ହୋଇଛନ୍ତି ।

ସମ୍ବଲପୁର IIM ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେଇଛନ୍ତି । ଶ୍ରୀଜଗନ୍ନାଥ ଓ ସମଲେଇଙ୍କୁ ପ୍ରଣାମ କରି ବକ୍ତବ୍ୟ ଆରମ୍ଭ କରି କହିଛନ୍ତି ଯେ, ଏ ସମୟ ବିଶ୍ବରେ ଭାରତର ସାମର୍ଥ୍ୟ ପ୍ରକାଶର ସମୟ । ସମ୍ବଲପୁର ଏକ ଏଜୁକେସନ ହବ୍ ହେବାକୁ ଯାଉଛି । ସମ୍ବଲପୁର ପ୍ରାକୃତିକ ପରିବେଶ ମଧ୍ୟରେ ଘେରି ରହିଛି । ଲୋକାଲକୁ ଭୋକାଲ କରିବା IIM ଛାତ୍ରଙ୍କ ଦାୟିତ୍ୱ ଅଛି । ଛାତ୍ରଙ୍କୁ ନୂଆ ଆଇଡିଆ ନେଇ କାମ କରିବାକୁ ପଡିବ । ଓଡିଶାର ପର୍ଯ୍ୟଟନ ସ୍ଥଳୀକୁ ବି ଆହୁରି ବିଶ୍ୱବ୍ୟାପୀ କରିବାକୁ ପଡିବ ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ୱସ୍ତରୀୟ କରିବାକୁ ପଡିବ । ପୂର୍ବରୁ ଦେଶରେ ୧୩ଟି IIM ଥିଲା ଏବେ ୨୦ଟି ରହିଛି।’

ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ଦେଇଛନ୍ତି । ଆଇଆଇଏମ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଦେଶରେ ଓଡିଶା ଏକ ରିସର୍ଚ୍ଚ ହବ୍ । ପୂର୍ବ ଭାରତରେ ଓଡିଶା ଶିକ୍ଷାର ହବ୍ ହେବାକୁ ଯାଉଛି । ଓଡିଶା ଶିକ୍ଷାକୁ ହବ୍ କରିବାକୁ ପଦକ୍ଷେପ ନିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.