banner
Breaking

ନୂଆବର୍ଷରେ ୬ ରାଜ୍ୟକୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ।

0

ନୂଆଦିଲ୍ଲୀ,୧ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଭିଡିଓ କନଫରେନସିଂ ଜରିଆରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ନୂଆବର୍ଷରେ ମୋଦିଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚ୍‌ଟିସି ଇଣ୍ଡିଆ)ଅଧିନରେ ୬ ରାଜ୍ୟରେ ଏହାର ଶିଳାନ୍ୟାସ କରିଛନ୍ତି । ମୋଦିଙ୍କର ଏହି କାର୍ଯ୍ୟକ୍ରମ ଭାରତର ସହରାଞ୍ଚଳ ଡିଜାଇନ୍ ବଦଳାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ । ଏହି କାର୍ଯ୍ୟକ୍ରମରେ ଗୃହ ଓ ସହରୀ ବିକାଶ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ସମେତ ତ୍ରିପୁରା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି ପ୍ରୋଜେକ୍ଟରେ ବିଶେଷ ଧରଣର ଟେକ୍‌ନିକ୍ ବ୍ୟବହାର କରି ଶସ୍ତାରେ ଘର ତିଆରି କରାଯାଇଥାଏ । ଏଥିରେ ଫ୍ୟାକ୍ଟ୍ରିରୁ ଘର ତିଆରି କରିବା ପାଇଁ ବିମ-କଲମ ପ୍ରସ୍ତୁତ କରାଯାଇ ଅଣାଯାଇଥାଏ । ଏହାର ଲାଭ ହେଉଛି ନିର୍ମାଣର ସମୟ ଓ ଖର୍ଚ୍ଚ କମ୍ ହୋଇଯାଇଥାଏ । ସେଥିପାଇଁ ଏହି ପ୍ରୋଜେକ୍ଟରେ ଖର୍ଚ୍ଚ କମ୍ ହୋଇଥାଏ । ଏହି ପ୍ରୋଜେକ୍ଟରେ ତିଆରି ହୋଇଥିବା ଘର ସମ୍ପୂର୍ଣ୍ଣ ଭୂକମ୍ପ ନିରୋଧି ହୋଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.