banner
Breaking

କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ କଥାହେଲେ ମୋଦି।

0

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର ୪୬ ଜିଲାପାଳ ଏବଂ ଚଣ୍ଡିଗଡ଼ ପ୍ରଶାସନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ କରିଛନ୍ତି। ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର। ସେମାନଙ୍କର ସୁଚିନ୍ତିତ ରଣନୀତି ମାଧ୍ୟମରେ କରୋନା ମହାମାରୀକୁ ହରାଇବାକୁ ପଡ଼ିବ। ଏହି ଲଢ଼େଇରେ ଜିଲା ଜିତିରେ ଦେଶ ମଧ୍ୟ ଜିତିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରତି ଜିଲାର କାର୍ଯ୍ୟ ପ୍ରଣାଳୀ ଭିନ୍ନ ଭିନ୍ନ। ଜିଲାପାଳମାନେ ଏସବୁ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି। ତେଣୁ ସେମାନେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କରୋନା ସଂକ୍ରମଣର ମୁକାବିଲା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଲୋକାଲ କଣ୍ଟେନମେଣ୍ଟ୍‌ ଜୋନ୍‌, ଅଧିକ ଟେଷ୍ଟିଂ ଏବଂ ଲୋକଙ୍କୁ ସଚେତନ କରାଇବା କରୋନା ଲଢ଼େଇର ମୁଖ୍ୟ ଅସ୍ତ୍ର ବୋଲି ମୋଦି କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.