banner
Breaking

ଅକ୍ସିଜେନ୍ ପାଇଁ ପିଏମ୍ ଫଣ୍ଡରୁ ୧ କୋଟି।

0

ନୂଆଦିଲ୍ଲୀ,୨୮।୪: ହସ୍ପିଟାଲଗୁଡିକରେ ଡାକ୍ତରୀ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପିଏମ୍‌ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର କିଣିବାକୁ ମଞ୍ଜୁରି ଦେଇଛନ୍ତି। କରୋନାର ଦ୍ବିତୀୟ ଲହରରେ ଦେଶରେ ରୋଗୀଙ୍କ ସଂଖ୍ୟା ଦୃତ ଗିତରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ଚାଳିଛି। ଏଭଳିସ୍ଥିତିରେ ଅମ୍ଳଜାନର ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

କରୋନା ବିରୋଧରେ ଲଢିବାକୁ ସିଙ୍ଗାପୁରରୁ ଭାରତକୁ ୨ଟି ବିମାନରେ ‘ମେଡିକାଲ ଅକ୍ସିଜେନ’ ଅଣାଯାଇଛି। ଅନ୍ୟପକ୍ଷେ ଏହି ଲଢେଇରେ କେବଳ ଭାରତ ନୁହେଁ, ଅନ୍ୟ ଦେଶଗୁଡିକ ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ହାତ ବଢାଇବା ସହ ଅମ୍ଳଜାନ କନସେନଟ୍ରେଟର ଯୋଗାଇ ଦେଉଛନ୍ତି। ଦେଶରେ ସଂକ୍ରମଣକୁ କମ୍‌ କରିବା ପାଇଁ ସରକାର ମେ’ ୧ରୁ ୧୮ବର୍ଷରୁ ଉଦ୍ଧର୍‌ବ ବ୍ୟକ୍ତିଙ୍କୁ କରୋନା ଟିକାକରଣ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.