banner
Breaking

ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ୫ଟି ବୁଝାମଣା ପତ୍ର ।

0

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହା ପୂର୍ବରୁ ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧି ସ୍ତରୀୟ ବୈଠକରେ ଯୋଗାଯୋଗ, ଶକ୍ତି ଓ ବାଣିଜ୍ୟ ଆଦି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଗୋପାଳଗଞ୍ଜର ଓରାକାଣ୍ଡିଠାରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହିନ୍ଦୁ ମଟୁଆ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତ ଓ ବାଂଲାଦେଶ ସ୍ଥିରତା, ଭଲପାଇବା ଓ ଶାନ୍ତି ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓରାକାଣ୍ଡିରେ ଭାରତ ୨ଟି ବିଦ୍ୟାଳୟର ଉନ୍ନତୀକରଣ କରିବ ବୋଲି ମୋଦି ଘୋଷଣା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.