banner
Breaking

ଆରମ୍ଭ ହେଲା ପିତୃପକ୍ଷ।

0

ପୁରୀ ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ପିତୃପକ୍ଷ ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରନ୍ଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନ କରି ତିଳତର୍ପଣ କରଛନ୍ତି। ଧାର୍ମିିକ ଗ୍ରନ୍ଥ ଅନୁସାରେ ପାରିବାରିକ କଲ୍ୟାଣ ଓ ପିତୃ ପୁରୁଷଙ୍କ ଆତ୍ମ ଶାନ୍ତି ପାଇଁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରିବା ଉଚିତ। ବିଧି ପୂର୍ବକ ଶ୍ରାଦ୍ଧ କଲେ ପିତୃ ଆଶୀର୍ବାଦ କରିଥାନ୍ତି । ବିଶ୍ୱାସ ରହିଛି ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭମାନଙ୍କ ପାଖକୁ ଆସନ୍ତି ଓ ଆଶୀର୍ବାଦ କରିଥାନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.