banner
Breaking

୧୩ ରେ ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ।

0

ଭୁବନେଶ୍ବର,୧୭/୪(ବ୍ୟୁରୋ):ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୦-ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ଏପ୍ରିଲ୍‌ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ୍‌ ୨୬(ସୋମବାର)ରେ ନାମାଙ୍କନପତ୍ର ଦାଖଲ କରାଯିବାକୁ ଥିବାବେଳେ ଏପ୍ରିଲ୍‌ ୨୭(ମଙ୍ଗଳବାର) ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଏପ୍ରିଲ୍‌ ୨୯(ଗୁରୁବାର)ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି।  ମେ’ ୧୩(ଗୁରୁବାର)ରେ ଭୋଟ ଗ୍ରହଣ କରାଯିବ। ଏହାପରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ଏବଂ ମେ’ ୧୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବୋଲି ସୂଚନା ଦିଆଯାଇଛି। ତେବେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପୁରୀ ଏଡିଏମ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କରିଥିଲେ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ରାଜଧାନୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ଅଜିତଙ୍କ ସ୍ତ୍ରୀ ବନ୍ଦନା କିମ୍ବା ପରିବାର ସଦସ୍ୟ ଆଉ କାହାକୁ କଂଗ୍ରେସ ଦଳ ଟିକଟ ଦେବ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ କଂଗ୍ରେସ ଦଳ ପିପିଲି ଉପନିର୍ବାଚନ ପାଇଁ ଅଜିତ୍‌ଙ୍କ ପରିବାର ବ୍ୟତୀତ ଆଉ କାହା ଉପରେ ନିର୍ଭର କରି ଟିକଟ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପତାପ ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ବିଧାୟପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.