banner
Breaking

ମୋବାଇଲ ଚୋରି କରି ଦୁଇ ମହିଳା ଗିରଫ

0

ପିପିଲି,୨୦/୧୨(ବ୍ୟୁରୋ) : ପିପିଲି ବଜାର ଓ ସାପ୍ତାହିକ ହାଟରେ ମୋବାଇଲ୍‍ ଫୋନ୍‍ ଚୋରି କରୁଥିବା ଏକ ମହିଳା ଚୋର ଗୋଷ୍ଠିର ଦୁଇଜଣ ସଦସ୍ୟାଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି। ଗିରଫ ମହିଳା ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଏ. କାଶିଆମ୍ମା (୫୫) ଓ ଡି. ସୁନ୍ଦରୀ ରାଓ (୫୦) । ସେମାନଙ୍କ ଠାରୁ ଗୋଟିଏ ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରାଯାଇଥିବା ବେଳେ ଉଭୟଙ୍କୁ ଆଜି ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।
ପିପିଲିର ସାପ୍ତାହିକ ହାଟ ଓ ପିପିଲି ବଜାର ଅଞ୍ଚଳରେ ଚତୁରତାର ସହ ଲୋକଙ୍କ ପକେଟ୍‍ରୁ ମୋବାଇଲ୍‍ ଫୋନ୍‍ ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏହା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ପିପିଲି ବଜାରରେ ପରିବା କିଣୁଥିବା ବେଳେ ଅବଦୁଲ ରଜାକ ନାମକ ଜନୈକ ବ୍ୟକ୍ତିଙ୍କ ପକେଟ୍‍ରୁ ଗତକାଲି ଏକ ମୋବାଇଲ୍‍ ଫୋନ୍‍ ଚୋରି ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମୋବାଇଲ୍‍ ଚୋରି କରୁଥିବା ଚୋରଙ୍କୁ ଧରିବା ପାଇଁ ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଏସ୍‍ଆଇ ସଂଘମିତ୍ରା ଚାନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‍ ଗଢାଯାଇଥିଲା । ଆଜି ଏହି ପୁଲିସ ଟିମ୍‍ ସାଧା ପୋଷାକରେ ପିପିଲି ସାପ୍ତହିକ ହାଟରେ ପଇଁତରା ମାରୁଥିବା ବେଳେ ଏହି ଦୁଇ ମହିଳା ଚୋର, ପୁଲିସ ହାବୁଡରେ ଧରା ପଡିଥିଲେ । ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରିଥିଲା । ଏହି ମହିଳା ଚୋର ଗୋଷ୍ଠିର ଅନ୍ୟ ସଦସ୍ୟା ମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇବା ସହ ସେମାନେ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚାଲିଥିବା ସଂପର୍କରେ ଆଇଆଇସି ଶ୍ରୀନାୟକ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.