banner
Breaking

କରୋନା ଯୋଦ୍ଧା ଅଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ସନ୍ଧ୍ୟରାଣୀ ଦାଶ !

0

ଫୁଲନଖରା : କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କଳାବିହାର, କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ, ଅଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ, ସରପଂଚ ଵର୍ଗ,ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତ ସାରସ୍ୱତ ପ୍ରତିଭା ବର୍ଗଙ୍କୁ “କରୋନା ଯୋଦ୍ଧା ସମ୍ମାନ – ୨୦୨୦” ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ବଜାଇ ରଖି ପାଳନ କରାଯାଇଛି !


ଏହି ସମ୍ମାନ ପର୍ବର ପ୍ରଥମ ପର୍ଯ୍ୟାୟରେ ଉଦ୍ଘାଟକଭାବେ ସମାଜସେବୀ କରୁଣାକର ପ୍ରଧାନ ଓ ବାରେଣ୍ୟ ଅତିଥି ଭାବେ ସମାଜସେବୀ କୃଷକ ବଂଧୁ ମାନଶ ଲେଙ୍କା ଯୋଗଦେଇଥବାବେଳେ,ଦ୍ୱିତୀୟ ପର୍ଯ୍ୟାୟରେ କନ୍ଦରପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ ଦାସ,ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଚିତରଂଜନ ବଲବନ୍ତରାୟ, ଶ୍ରୀଯୁକ୍ତ ଶଶୀକାନ୍ତ ବେହେରା ଯୋଗଦାନ ପୂର୍ବକ ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନରିନେତ୍ରୀ ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ସନ୍ଧ୍ୟରାଣୀ ଦାଶ,ସମାଜସେବୀ ଦୀପକ ସାହୁ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଦୈତାରି ପ୍ରଧାନ,ସମାଜସେବୀ ଅଭିରାମ ସାହୁ,ରଶ୍ମିକାନ୍ତ ଶତପଥୀ, ଅଜୟ ଦାସ,ଶ୍ରମିକ ନେତା ଦେବୀ ପ୍ରସାଦ ପତି, କୃଷକ ବଂଧୁ ଦୁର୍ଗାଚରଣ ପରିଡା,ମିଡ଼ିଆ ସେଲ ଅଧ୍ୟକ୍ଷ ଇଂ.ସେବକ ଶ୍ରୀକାନ୍ତ,ବାବା ବାବୁ,ସନ୍ତ ବାବୁ,ହେମନ୍ତ ପ୍ରଧାନ,ବାବୁଲି ପାତ୍ର,ପ୍ରଲବ୍ୟ ମହାପାତ୍ର,ଇଂ.ଅମୀୟ ରଂଜନ ପଟ୍ଟନାୟକ,ପପିନା ବେହେରା,ସତ୍ୟବ୍ରତ ଭୋଇ, ମନୋରଞ୍ଜନ ସାହୁ,ଗୁଡୁଲି ବାରିକ, ସୁହାନି ସାହୁ,ପ୍ରିୟାଶୀ ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଥିଲେ ! କରୋନା ଯୋଦ୍ଧା ଭାବରେ ପରିଷଦର ସମସ୍ତ କର୍ମକର୍ତ୍ତା ମାନେ ମଧ୍ୟ କନ୍ଦରପୁର ଅଂଚଳ ବିଶୋଧନକରିବା, ରକ୍ତଦାନ ସେଵା,କରୋନା ଯୋଦ୍ଧା ମାନଙ୍କୁଉପଯୁକ୍ତ ସମ୍ମାନ ପଦର୍ଶନ, ସରକାରଙ୍କ ନିୟମକୁ ମାନିବା ସର୍ବୋପରି “ପ୍ରତିରୋଧ ହିଁ ପ୍ରତିକାର” ନିୟମକୁ ପାଳନ ପୂର୍ବକ ସମସ୍ତ ମହନୀୟ ସେଵାକାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି !

Khansweb Solution Bhubaneswar

Leave A Reply

Your email address will not be published.