banner
Breaking

ପ୍ରେସ ଲେଖାଥିବା ଗାଡିରୁ ଗଞ୍ଜେଇ ଜବତ।

0

ଫୁଲବାଣୀ , ୧୯ା୮(ବ୍ୟୁରୋ):କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି କରାଯାଉଛି। ବିନା ପାସ୍‌ରେ ଗାଡିଗୁଡିକୁ ଛଡା ଯାଉନାହିଁ। ଏଭଳି ସ୍ଥିତିରେ ମଧ୍ୟ ଗଞ୍ଜେଇ ମାଫିଆ ନୂଆ କୌଶଳ ଆପଣାଉଛନ୍ତି। ପ୍ରେସ୍‌ ଲେଖା ଥିବା ଏକ କାର୍‌ରେ ଗୋଚ୍ଛାପଡା ଥାନା ସଲାଗୁଡାରୁ ଗଞ୍ଜେଇ ଚାଲାଣ ବେଳେ ସୁନାମୁଦି ପୋଲ ପାଖରେ ବୁଧବାର ପୋଲିସ କାବୁ କରିଛି। ଗାଡିରୁ ୧୦୨ କେଜି ଗଞ୍ଜେଇ, ୧ ଲକ୍ଷ ୪୭ ହଜାର ଟଙ୍କା, ୪ଟି ମୋବାଇଲ, ଏକ ବୁମ୍‌ ଜବତ ହୋଇଛି। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଛତିଶଗଡର କ୍ରିଷ୍ଣ ଚୌହାନ, ଅର୍ଜୁନ ଯାଦବ, ପରମାନନ୍ଦ ଯାଦବ, ଷ୍ଟିଫାନ୍‌ ଟିଗୋ ଓ ସଲାଗୁଡାର ଆଦାମ ଦିଗାଲ। ଗୋଚ୍ଛାପଡା ଅଞ୍ଚଳରୁ ବୌଦ୍ଧ ଜିଲା କଣ୍ଟାମାଳ ଦେଇ ଛତିଶଗଡକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜେରାବେଳେ ଅଭିଯୁକ୍ତ କହିଛନ୍ତି। ଏ ନେଇ ନଂ.୪୭/୨୦ରେ ମାମଲା ରୁଜୁ ହୋଇଥିବା ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.