banner
Breaking

ନାବାଳିକାକୁ ଗଣବଳତ୍କାର।

0

ଫୁଲବାଣୀ ,୨ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କୁ ଗିରଫ କରିଛି। ଅନ୍ୟଜଣେ ଫେରାର ଅଛନ୍ତି। ଏ ନେଇ ପୋଲିସ ଏକ ମାମଲା (ନଂ.୫୩/୨୧) ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ନାବାଳିକା ଜଣକ ଗତ ୨୮ ତାରିଖରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ଫେରିବା ବେଳେ ବାଟରେ ଅଭିଯୁକ୍ତମାନେ ତାଙ୍କୁ ପାଖ ଜଙ୍ଗଲକୁ ଉଠାଇ ନେଇଥିଲେ । ସେଠାରେ ଜଣକ ପରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପରେ ନାବାଳିକାଙ୍କୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ୨୯ ତାରିଖ ସକାଳେ ପରିବାର ଲୋକେ ଝିଅଙ୍କୁ ଖୋଜାଖୋଜି ପରେ ଜଙ୍ଗଲରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ କହିଥିଲେ। ଏନେଇ ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଥିଲେ ା ପୋଲିସ ୩ ଅଭିଯୁକ୍ତଙ୍କ ସହ ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି।

Khansweb Solution Bhubaneswar

Leave A Reply

Your email address will not be published.