banner
Breaking

ପିଜି ନାମଲେଖା ପାଇଁ ପ୍ରକାଶ ପାଇବ ପ୍ରଥମ ଆବଣ୍ଟନ ତାଲିକା

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ରଙ୍କର ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ତାଲିକା ୨୩ ତାରିଖ ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ ଓ ୨୫ ତାରିଖ ସନ୍ଧ୍ୟା ୫ଟା ଭିତରେ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ୨୯ ତାରିଖରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୪ଟାରେ ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ। ୧୧ ଓ ୧୨ତାରିଖରେ ଛାତ୍ରୀଛାତ୍ରମାନେ ମନୋନୀତ ହୋଇଥିବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବେ। ୧୪ ତାରିଖ ଅପରାହ୍ନ ୧୨ଟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ୧୫ ଓ ୧୭ ତାରିଖରେ ସ୍ପଟ୍‌ ନାମଲେଖା ହେବ। ସୂଚନାଯୋଗ୍ୟ, ପିଜି ନାମଲେଖା ଲାଗି ରାଜ୍ୟରେ ଗତ ଅଗଷ୍ଟ ୧ରୁ ୧୩ ତାରିଖ ମଧ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.