banner
Breaking

ପୁଣି ହନି ଟ୍ରାପରେ ଯବାନ

0

ପାଟନା : ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍‌ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ସେନା ଯବାନ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ରହି ଦେଶର ଗୁପ୍ତ ସୁରକ୍ଷା ତଥ୍ୟ ଲିକ୍‌ କରାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ସ୍ବତନ୍ତ୍ର ଇନପୁଟ ପାଇଥିଲେ। ଏହା ଉପରେ ବିହାର ଏଟିଏସ ଟିମ ପକ୍ଷରୁ ପ୍ରମାଣ ସଂଗ୍ରହ କରାଯାଇଥିଲା। ଗିରଫ ଯବାନ ଜଣକ ହେଉଛନ୍ତି ନାଳନ୍ଦା ଜିଲାର ଆସ୍ତୱାନଂ ଗାଁର ବାସିନ୍ଦା ଗଣେଶ କୁମାର। ସେନାରେ ସେ ମେଡିକାଲ କୋରର କର୍ମଚାରୀ। ଏବେ ତାଙ୍କର ପୋଷ୍ଟିଂ ମହାରାଷ୍ଟ୍ରର ପୁଣେରେ ହୋଇଛି।

ଏଟିଏସ ସୂତ୍ରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁଯାୟୀ ସେ କହିଛନ୍ତି ଯେ ପାକିସ୍ତାନର ରିୟା ନାମକ ଜଣେ ମହିଳା ତାଙ୍କୁ ଭାରତୀୟ ନୌସେନାର ଜଣେ ଡାକ୍ତର ବୋଲି କହି ବନ୍ଧୁତା ଆରମ୍ଭ କରି ନିଜ ମାୟା ଜାଲରେ ପକାଇ ଦେଇଥିଲେ। ଗଣେଶ ତାଙ୍କ ଜାଲରେ ପଡ଼ିଯାଇଥିଲେ। ଏହା ପରେ ପାକିସ୍ତାନୀ ମହିଳା ଜଣକ ଗଣେଶଙ୍କଠାରୁ ଆର୍ମି ହସ୍ପିଟାଲ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ।

ପୁଣେ ପୂର୍ବରୁ ଗଣେଶଙ୍କ ପୋଷ୍ଟିଂ ଯୋଧପୁରରେ କରାଯାଇଥିଲା। ସେଠାରେ ସେ ହନିଟ୍ରାପ୍‌ର ମାୟାଜାଲରେ ଫସି ଯାଇଥିଲେ। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ଗଣେଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗଣେଶ ଛଠ୍‌ ଅବସରରେ ଘରକୁ ଛୁଟିରେ ଆସିଥିଲେ। ସେ ନାଳନ୍ଦା ଠାରୁ ଏଏଫଏମସି ପୁଣେ ଯାଉଥିବାବେଳେ ଦାନପୁର ରେଳ ଷ୍ଟେଶନରେ ତାଙ୍କୁ ଗିରଫ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.