banner
Breaking

ଭାଇଚାର ଆଗରେ ହାର ମାନିବ ସବୁକିଛି। ନାବାଳିକା ଅପହରଣ କାରିକୁ ବହେ ଛେଚିଲେ ଲୋକେ।

0

ପଟ୍ଟାମୁଣ୍ଡାଇ,୧୫।୧୦(ଓଡ଼ିଆ ନ୍ୟୁଜ): ଗାଁର ଭାଇଚାର ଆଗରେ ହାରମାନିଛି ସବୁକିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡି ବହେ ଛେଚା ଖାଇଛନ୍ତି ଅଭିଯୁକ୍ତ। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ଆସୁଥିବାବେଳେ ରଶ୍ମିରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଅପହରଣ କରି ନେଇଥିଲେ। ଖବର ପାଇ ଦୁଇ ଛାତ୍ରୀଙ୍କ ପିତା ଅପହରଣକାରୀଙ୍କ ପଛରେ ଗୋଡ଼ାଇ ଧରିପାରି ନ ଥିଲେ। କ୍ଷେତ୍ରପାଳ ଗାଁ ରାସ୍ତାରେ ଯାଉଥିବାବେଳେ ଦୁଇ ଛାତ୍ରୀ ପ୍ରାଣ ବିକଳରେ ରକ୍ଷା କର ରକ୍ଷା କର ବୋଲି ଚିତ୍କାର କରିଥିଲେ। ନିକଟରେ ଘାସ କାଟୁଥିବା କିଛି ଲୋକ ରାସ୍ତାକୁ ଆସି ଅପହରଣକାରୀଙ୍କ ବାଇକକୁ ଅଟକାଇଥିଲେ। ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ କାବୁ କରି ନେଇଥିଲେ। ସେହି ସମୟରେ ପଛରେ ଗୋଡ଼ାଇ ଥିବା ପିଲାଙ୍କ ବାପା ଆସି ପହଞ୍ଚି ଥିଲେ। ଉତ୍ୟକ୍ତ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ବାନ୍ଧି ପିଟିଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଅପହରଣକାରୀ ରଶ୍ମିରଞ୍ଜନ ବିଶ୍ୱାଳ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.