banner
Breaking

ମହାଶିବରାତ୍ରି ପାଇଁ ଚନ୍ଦ୍ରମୌଳି କ୍ଷେତ୍ର ପ୍ରସ୍ତୁତ। ଉତ୍ସବ ମୁଖର ଚନ୍ଦନନଗର।

0

ପଟ୍ଟାମୁଣ୍ଡାଇ,୨୦ା୨(ଓଡ଼ିଆ ନ୍ୟୁଜ): ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଛି ଚନ୍ଦ୍ରମୌଳି କ୍ଷେତ୍ର। ପୂଜାର୍ଚ୍ଚନାରୁ ଆରମ୍ଭ କରି ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ, କେତେବେଳେ କେଉଁ ନୀତି ହେବ, ସେନେଇ ମ୍ୟାନେଜିଙ୍ଗ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉତିକଣର ମହାଶିବରାତ୍ରି ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ଚନ୍ଦନନଗରବାସୀଙ୍କ ମଧ୍ୟରେ ଏନେଇ ବିଶେଷ ଉତ୍ସାହ ରହିଛି। ଦେବାଦିଦେବ ମହାଦେବଙ୍କ ଆରାଧନା ପାଇଁ କ୍ଷେତ୍ର ପ୍ରସ୍ତୁତ ଥିବାବେଳେ କେବଳ ସେହି ମହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା ରହିଛି।
ମହାଶିବରାତ୍ରି ପାଇଁ ଚନ୍ଦ୍ରମୌଳି ମନ୍ଦିର ଚତୁଃପାର୍ଶ୍ୱକୁ ସଫା କରାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜାଯାଇଛି। ଶ୍ରଦ୍ଧାଳୁମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଦର୍ଶନ ଲାଗି ମହିଳା ଓ ପରୁଷଙ୍କୁ ୨ଟି ପୃଥକ୍‌ ଧାଡ଼ିରେ ଭିତରକୁ ଛଡ଼ାଯିବାକୁ ବ୍ୟବସ୍ଥା ହୋଇଛି। ସେହିପରି ରାତି ସମୟରେ ଅତ୍ୟଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ସ୍ବତନ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମନ୍ଦିରଗୁଡ଼ିକରେ ଶୁକ୍ରବାର ପ୍ରାତଃରୁ ମହାଶିବରାତ୍ରି ପାଇଁ ପୂଜାର୍ଚ୍ଚନା ଆରମ୍ଭ ହେବ। ଭୋର୍‌ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ମନ୍ଦିରର ସାହାଣ ମେଲା ବା ପହଡ଼ ଖୋଲାଯିବା ପରେ ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବ। ଏହାପରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହେବା ସହ ସର୍ବସାଧାରଣଙ୍କ ଦର୍ଶନ ଲାଗି ଦ୍ୱାର ଖୋଲାଯିବ। ଅପରାହ୍ନ ୪ ଘଟିକା ସମୟରେ ମହାପ୍ରଭୁଙ୍କ ବେଢ଼ା ପରିକ୍ରମା ଅନୁଷ୍ଠିତ ହୋଇ ଧ୍ବଜା ବନ୍ଧା ହେବ। ରାତ୍ର ୧୦ ଘଟିକାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଭୋର ୪ ଟାରେ ମହାଦୀପ ଉଠିବ ବୋଲି ମ୍ୟାନେଜିଙ୍ଗ ଟ୍ରଷ୍ଟି ପୂର୍ଣ୍ଣଚନ୍ଦ୍ର ସି° କହିଛନ୍ତି।
ତେବେ ଅଧିକାଂଶ ମନ୍ଦିର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ମହାଦୀପ ଉଠାଇବେ। ଶୁକ୍ରବାର ପ୍ରାତଃ ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତିନିର୍ଘଣ୍ଟ ଆରମ୍ଭ ହେବ। ରାତି ୧୦ଟାରେ ଏଠାରେ ମହାଦୀପ ଉଠିବ। (ରିପୋର୍ଟ-ରମେଶ ପଣ୍ଡା,ପଟ୍ଟାମୁଣ୍ଡାଇ)

Khansweb Solution Bhubaneswar

Leave A Reply

Your email address will not be published.