banner
Breaking

ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

0

ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ୍ ) ନିମ୍ନ ମାନର କାମକୁ ନେଇ ଇଞ୍ଜିନିୟରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଆଜି ଜାମିନ ମିଳିଛି । ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ । ଏହା ସହିତ ତଦନ୍ତରେ ସାହାଯ୍ୟ କରିବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ କୋର୍ଟ । ସତ୍ୟପାଠ ଦାଖଲ ପାଇଁ ସେହିଦିନ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଥିଲେ । ଏହା ପରେ ବିଧାୟକଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା । ସେହିଭଳି ସେଦିନ ଓକିଲଙ୍କ ଆନ୍ଦୋଳନ ଯୋଗୁ ବିଧାୟକ ଓ ତାଙ୍କ ପ୍ରତିପକ୍ଷ ନିଜେ ମାମଲା ଲଢ଼ିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଭୁବନେଶ୍ୱରରେ ସ୍ପେଶିଆଲ ଜଜ୍ ନିଯୁକ୍ତ କରାଯାଇଛି। ତେଣୁ ଏହି ମାମଲା ପାଟଣାଗଡ଼ ଏଡିଜେ କୋର୍ଟରୁ ଏଠାକୁ ସ୍ଥାନାନ୍ତର ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.