banner
Breaking

ସହରରେ ଅନୁଭବ ହେଲା ଗାଁ ର ରଜ

0

ଭୁବନେଶ୍ୱର, : ଜାକଜମକ୍ ସଜା ହୋଇଥିଲା ପଡିଆ,ଲାଗିଥିଲା ବାଉଁସ ଓ ପଟା ଦୋଳି, ପଡିଥିଲା ତାସ, ଲୁଡୁ ଚେସର ଆସର,ଠା ଠା ଖେଳୁଥିଲେ କବାଡି, କିତିକିତି, ବୋହୁଚୋରି,ପୁଚି ଖେଳ,ରଜ ଗୀତରେ ଦୁଲୁକୁ ଥିଲା ମଞ୍ଚ, ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୋଟାଏ ଜାଗାରେ ତିନିଦିନ ଏକତିତ୍ର ହୋଇ ମନାଉଥିଲେ ରଜ ମହୋତ୍ସବ, ଗାଁର ଭ୍ରମ ସୃଷ୍ଟି କରୁଥିଲା ଭୁବନେଶ୍ୱର ୧ ନମ୍ବର ଓାର୍ଡର ପ୍ରସାନ୍ତି ବିହାର ପଡିଆ । ଦ କ୍ଲବ ପକ୍ଷରୁ ଓ ଦକ୍ଷ କର୍ପୋରେଟର ମିହିର ରାଉତଙ୍କ ସହେଯାଗରେ ୧ ନମ୍ବର ଓାର୍ଡ ସ୍ଥିତ ପ୍ରଶାନ୍ତି ବିହାର ପଡିଆ ଠାରେ ତିନିଦିନ ଧରି ରଜ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କଲୋନୀର ସମସ୍ତ ବର୍ଗର ଲୋକ ସାମିଲ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ ଦିନ ଚିତ୍ରାଙ୍କନ, ବକ୍ତୁତା, କବିତା ଆବୃତି, ରଙ୍ଗୋଲି, ପୁଚି, ମେହେନ୍ଦୀ,ଦୌଡି ଡିଆଁ, ଚାଲିବା ଦୌଡ । ଦ୍ୱିତୀୟ ଦିନ ବେଲୁନ୍ ଫଟା,ହୁଳହୁଳି, ମ୍ୟୁଜିକ୍ ଚେୟାର ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଆକର୍ଶଣ ଥିଲା ମ୍ୟୁଜିକ୍ ଚେୟାର । ବିଏମସିରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଏଭଳି ନିଆରା ପଦକ୍ଷେପ ନେଇଥିଲେ କର୍ପୋରେଟର ମିହିର ରାଉତ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶାଢୀ, ମିଠା, ପିଠା ବାଣ୍ଟିବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତିୟଙ୍କୁ ଅର୍ଥରାଶି ପ୍ରଦାନ କରିଥିଲେ । ଶେଷଦିନ ନୃତ୍ୟ ଓ ଗୀତ ଓ ପୋଡପିଠା ଆଦି ପ୍ରତିଯୋଗିତା ହୋଇଥିଲା । ସବୁ ପ୍ରତିଯୋଗିତାରେ ପିଲା, ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକ ମାନେ ଭାଗ ନେଇଥିଲେ । ଉଦଯାପନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ସମ୍ମାନୀତ ଅତିଥି ରୂପେ ମେୟର ସୁଲୋଚନା ଦାସ,ବିଜେଡି ନେତ୍ରୀ ସୁଲତା ଦେଓ, ୧ ନମ୍ବର ଓାର୍ଡ କର୍ପୋରେଟର ମିହିର କୁମାର ରାଉତ, ୨ ନମ୍ବର କର୍ପୋରେଟର ମୋନାଲିସା ବେହେରା, ପୂର୍ବତନ ସରପଂଚ ସନ୍ତୋଷ ନାଥ, ପୂର୍ବତନ କର୍ପୋରେଟର ହରିଶ ମୁର୍ମୁ, ପ୍ରଶାନ୍ତିବିହାର ବିକାଶ ସମିତି ସଭାପତି ଅରୁଣ ବେହେରା, ବରିଷ୍ଠ ନାଗରିକ ସଂଘ ସଭାପତି ନିରଞ୍ଜନ ବାରିକ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୋଇ, ଧ୍ରୁବଚରଣ ପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ ରଜ ହେଉଛି ଭାଇଚାରାର ପର୍ବ, ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ଯୋଡିଥାଏ । ଆଜି ଏଠାରେ ଗାଁର ପରିବେଶ ଦେଖିବାକୁ ମିଳିଛି । ଏଭଳି କାର୍ଯ୍ୟକ୍ରମ ଜାରି ରହିଲେ ସହରୀ ଭାଇଚାରା ଦୃଢିଭୁତ ହୋଇପାରିବ । ଏହି ଅବସରରେ ସାମ୍ବାଦିକ ଗୌରୀ ପ୍ରସାଦ ମୋହାନ୍ତି, କେଶବ ପାଣି, ସତ୍ୟଜିତ ରାଉତ, ସୁକାନ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦ କ୍ଲବର ସଭାପତି ଗୁରୁଦ ସିଂ, କାର୍ଯ୍ୟକାରୀ ସଭାପତି ଆଶୁତୋଷ ଦାସ, ସମ୍ପାଦକ ଦିବ୍ୟସୁନ୍ଦର ସ୍ୱାଇଁ, କୋଯାଧ୍ୟକ୍ଷ ଦାଶରଥୀ ଦାସ, ସିନେ ଅଭିନେତା ଲିପୁନ୍ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲାବେଳେ ସମସ୍ତ ସଭ୍ୟ ସହେଯାଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.