banner
Breaking

ପଟିଆରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍ଘାଟନ

0

ଭୁବନେଶ୍ୱର,୨୭/୫ : ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଏବଂ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କର କରକମଳରେ ଅନୁଷ୍ଠିତ ହୋଇଯାଇଛି | ପ୍ରାୟ ୧୬ କୋଟି ତାଙ୍କ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ପଟିଆ ଏବଂ ପାଶ୍ୱବର୍ତୀ ଅଂଚଳର ଲୋକମାନେ ଉନ୍ନତ ମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମାନ୍ୟବର ବିଧାୟକ ମତ ରଖିଥିଲେ | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଜନ ମଙ୍ଗଳକାରୀ ପଦକ୍ଷେପ ଦ୍ୱାରା ସବୁବର୍ଗର ଲୋକ ମାନେ ସ୍ୱାସ୍ଥ୍ୟସେବା ହାସଲ କରିପାରିବେ ବୋଲି ମେୟର ଶ୍ରୀମତୀ ସୁଲୋଚନା ଦାସ ନିଜର ମତ ରଖିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଂହର , ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପରିଡା ,ମିହିର ରାଉତ, ମୋନାଲିସା ବେହେରା, ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା, ସଞ୍ଜୟ ସେଠି, ଯୁବ ନେତା ଚିତ୍ତରଞ୍ଜନ ପାତ୍ର, ହିମାଂଶୁ ଶେଖର ଦାସ, ପ୍ରଦୀପ ଦାସ, ହେମନ୍ତ ପରିଡା, ଜିତେନ୍ଦ୍ର ରାୟ, ବରିଷ୍ଠ ମୁରବି ବିଷ୍ଣୁ ପାତ୍ର , ଧନେଶ୍ୱର ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ଛାତ୍ର ସଭାପତି ସୁବାସ ସାହୁ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ରାଜକିଶୋର ଜେନାଙ୍କ ସମେତ ଅଂଚଳର ବରିଷ୍ଠ ମୁରବି , ବୁଦ୍ଧିଜୀବୀ , ଏସ ଏଚ ଜି ମହିଳା, ଯୁବକ ଓ ଛାତ୍ର ମାନେ ଯୋଗଦେଇଥିଲେ | ଏହି ଅଂଚଳରେ ଏଭଳି ଏକ ହସ୍ପିଟାଲ କରାଯାଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.