banner
Breaking

ପଟିଆ ସାଇ ଶକ୍ତି ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ।

0

ଭୁବନେଶ୍ୱର,୨୪/୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୧ ଅନ୍ତର୍ଗତ ପ୍ରଶାନ୍ତି ବିହାର ଦୂର୍ଗା ମଣ୍ଡପ ପଡ଼ିଆରେ ପଟିଆ ସାଇ ଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କିମ୍ସ ହସ୍ପିଟାଲ ସହ ଭାଗିତାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ସହିତ ବୃଦ୍ଧ, ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ପଟିଆ ସାଇମନ୍ଦିରର ମୁଖ୍ୟ ନାସୀ ମିହିର କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ତଥା କିଟ ଓ କିସ୍ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ , ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସମ୍ମାନୀତ ଅତିଥି ଭାବେ ୱାର୍ଡ ନଂ-୨ର ପୂର୍ବତନ କର୍ପୋରେଟର ହରିଷ ମୁର୍ମୁ, ପ୍ରଶାନ୍ତି ବିହାର ବିକାଶ ସମିତି ସଭାପତି ଅରୁଣ କୁମାର ବେହେରା, ପ୍ରଶାନ୍ତି ବିହାର ବରିଷ୍ଠ ନାଗରିକ ବିକାଶ ମଂଚର ସଭାପତି ନିରଞ୍ଜନ ବାରିକ, ଦୂର୍ଗା ପୂଜାର ଉପସଭାପତି ଧୂର୍ଵ ଚରଣ ପାତ୍ର,ଦି କ୍ଲବର ସଭାପତି ଗୁରୁଦତ୍ତ ସିଂ, କାର୍ଯ୍ୟକାରୀ ସଭାପତି ଆଶୁତୋଷ ଦାସ, ପ୍ରଶାନ୍ତି ବିହାର ବସ୍ତିର ସଭାପତି ମନୋଜ କୁମାର ପାଢ଼ୀ, ସମ୍ପାଦକ ରିଆସତ ଅଲ୍ଲୀ,ପଟିଆ ସାଇମନ୍ଦିରର କର୍ମକର୍ତ୍ତା ତରଣୀ ସେନ ରାଉତ,ହରିଷ ପାତ୍ର, ଅଶୋକ ପରିଡା, ବିଜୟ କୁମାର ସେଠୀ, ସଞ୍ଜୟ ରାଉତ, ମାଗୁଣି ମହାରଣା, ମାନସ ସାହୁ,ଦିବ୍ୟ ନାୟକ,ସୋମ୍ୟ ରଞ୍ଜନ ଜେନା ଉପସ୍ଥିତ ରହି ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.